fbpx

Apple ଲଞ୍ଚକଲା ସବୁଠାରୁ ଶସ୍ତା 5G iPhone, ଜାଣନ୍ତୁ ଏହାର ଫିଚର୍ସ ଓ ଦାମ୍

ନୂଆଦିଲ୍ଲୀ: ଆପଲ କମ୍ପାନୀ ସବୁଠାରୁ ଶସ୍ତା ୫ଜି ଆଇଫୋନ୍ ଏସଇ ୨୦୨୨ ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏଥିରେ ଏ୧୫ ବାୟୋନିକ ପ୍ରୋସେସର ଦିଆଯାଇଥିବା ବେଳେ କମ୍ପାନୀ ଏହାକୁ ତିନୋଟି କନଫିଗ୍ରେସନରେ ଲଞ୍ଚ କରିଛି । ଏହାର ଡିଜାଇନରେ କୌଣସି ପରିବର୍ତ୍ତନ କରାଯାଇନଥିବା ବେଳେ ଚିପସେଟ କ୍ଷେତ୍ରରେ ବଡ଼ଧରଣର ପରିବର୍ତ୍ତନ କରାଯାଇଛି । ଏହି ସ୍ମାର୍ଟଫୋନ ପୁରୁଣା ଆଇଫୋନ୍ ଏସଇ ୨୦୨୦ ଡିଜାଇନ ସହିତ ଆସୁଛି ।

ଆପଲ ଆଇଫୋନ ଏସ ୩କୁ ତିନୋଟି ଷ୍ଟୋରେଜ ଅପ୍ସନରେ ଲଞ୍ଚ କରିଛି । ଗ୍ଲୋବାଲ ମାର୍କେଟରେ ଏହି ଡିଭାଇସର ମୂଲ୍ୟ ପାଖାପାଖି ୩୩ ହଜାର ଟଙ୍କା ରହିଛି । ଭାରତରେ ଏହାର ମୂଲ୍ୟ ୪୩,୯୦୦ ଟଙ୍କାରୁ ଆରମ୍ଭ ହେଉଛି । ଏଥିରେ ଆପଣ ୬୪ ଜିବି, ୧୨୮ ଜିବି ଓ ୨୫୬ ଜିବି ଷ୍ଟୋରେଜ ଅପ୍ସନରେ କିଣି ପାରିବେ । ଏହି ହ୍ୟାଣ୍ଡସେଟ ମିଡନାଇଟ, ଷ୍ଟାରଲାଇଟ ଓ (ପ୍ରଡକ୍ଟ) ରେଡରେ ଉପଲବ୍ଧ ହେବ । ସ୍ମାଟଫୋନରେ ଗ୍ଲାସ ଓ ଆଲୁମିନିୟମ ଡିଜାଇନ ରହିବା ସହ ଏଥିରେ ୪.୭ ଇଞ୍ଚର ସ୍କ୍ରିନ ରହିଛି । ଏହା ୫ଜିକୁ ସପୋର୍ଟ କରିବ ।

ଫୋନରେ ୧୨ ଏମପିର ସିଙ୍ଗଲ ରିୟର କ୍ୟାମେରା ରହିବା ସହ ଏହା ଡିଭାଇସ ଆଇଓଏସ ୧୫ରେ କାମ କରିବ । ଆଇଫୋନ ଏସଇ ୨୦୨୨ରେ ଆପଣଙ୍କୁ ଚାର୍ଜର ମିଳିବ ନାହିଁ । ଏଥିରେ ୫ଜି, ୪ଜି ଭୋଲ୍ଟି, ୱାଇ-ଫାଇ ୫, ବ୍ଲୁଟୁଥ ଭି୫, ଜିପିଏସ/ ଏ-ଜିପିଏସ, ଏଏଫସି ସହିତ ଲାଇଟନିଂ ପୋର୍ଟ ମିଳିବ ।

Get real time updates directly on you device, subscribe now.