ରାସ୍ତା ଅବରୋଧ କରିବା ପାଇଁ ନକ୍ସଲଙ୍କ ଆଇଇଡି ବସ୍ଫୋରଣ, ପୋଲ କ୍ଷତିଗ୍ରସ୍ତ  

ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ସୁକମା ଜିଲ୍ଲାରେ ଗତକାଲି ରାତିରେ ଆଇଇଡି ବିସ୍ଫୋରଣ କରି ପୋଲକୁ ଉଡାଇବା ଚେଷ୍ଟା କରିଥିଲେ ନକ୍ସଲ । ମିଳିଥିବା ସୂଚନା ଅନୁଯାୟୀ ନକ୍ସଲମାନେ ସୁକମା ଜିଲ୍ଲାର କୋଣ୍ଟା ତହସିଲକୁ ଆସୁଥିବା ଭେଜି କୋଟାଚେରୁ ଏବଂ ଗୋରଖା ମଧ୍ୟରେ ଥିବା ଏକ ପୋଲ ତଳେ ନକ୍ସଲମାନେ ଆଇଇଡି ପ୍ଲାଣ୍ଟ କରିଥିଲେ ପରେ ଏହାକୁ ବିସ୍ଫୋରଣ କରି ରାସ୍ତା ଅବରୋଧ କରିବାକୁ ଚେଷ୍ଟା କରିଥିଲେ ।

ଗତ କିଛି ମାସ ମଧ୍ୟରେ ଏହି ନକ୍ସଲ ପ୍ରଭାବିତ ଅଞ୍ଚଳରେ ଗୁଡିକରେ ଅନେକ ନୂତନ ସିଆରପିଏଫ କ୍ୟାମ୍ପ ସ୍ଥାପନ କରାଯାଇଥିଲା ଏହି ନୂତନ କ୍ୟାମ୍ପ ନିର୍ମାଣ ବନ୍ଦ କରିବା ଉଦ୍ଦେଶ୍ୟରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରି ପୋଲ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ ତେବେ ଏହି ବିସ୍ଫୋରଣରେ କାହାରି କିଛି କ୍ଷତି ହୋଇନଥିବା ପୁଲିସ ତରଫରୁ ସୂଚନା ମିଳିଛି ।

ଘଟଣା ସମ୍ପର୍କରେ ପୁଲିସ ସୂଚନା ପାଇବା ମାତ୍ରେ ଡିଆରଜି ଯବାନମାନଙ୍କୁ ଘଟଣାସ୍ଥଳକୁ ପଠାଯାଇ ଏହା ପରେ ଯବାନମାନେ ଘଟଣାସ୍ଥଳରେ ପୋଲର ମରାମତି କାର୍ଯ୍ୟ ଆରମ୍ଭ କରିବା ସହ ଘାଟଣସ୍ଥଳରେ ସର୍ଚିଙ୍ଗ ଅପେରସନ କରିଥିବା ସୁକମା ଏସପି ସୁନୀଲ ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।