ଜଳଖିଆ ଦେବାରେ ବିଳମ୍ବ କଲା ବୋହୂ, କ୍ରୋଧରେ ଶ୍ୱଶୁର କଲା ଏମିତି…

ମହାରାଷ୍ଟ୍ରରେ ଜଣେ ବ୍ୟକ୍ତି ସକାଳ ଜଳଖିଆ ଦେବାରେ ସାମାନ୍ୟ ବିଳମ୍ବ ହେବାରୁ ନିଜ ବୋହୂଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ଗୁଳି ମାରିବା ପରେ ଅଭିଯୁକ୍ତ ଶଶୁର ଫେରାର୍ ହୋଇଯାଇଛି । ପୋଲିସ ଏବେ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । କୁହାଯାଉଛି ଯେ ବିଳମ୍ବରେ ଜଳଖିଆ ଦେବରୁ ଶଶୁର ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ବୋହୂର ପେଟରେ ଗୁଳି ମାରି ଦେଇଥିଲେ । ଏହା ପରେ ତୁରନ୍ତ ପରିବାର ଲୋକେ ତାଙ୍କୁ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଯେଉଁଠାରେ ସେ ପ୍ରାଣ ତ୍ୟାଗ କରିଥିଲେ ।
ସୂଚନା ଅନୁସାରେ ୪୨ ବର୍ଷୀୟ ସୀମା ଗୁରୁବାର ସକାଳେ ପରିବାର ପାଇଁ ଜଳଖିଆ ପ୍ରସ୍ତୁତ କରୁଥିଲେ । ଏଥିରେ ସାମାନ୍ୟ ବିଳମ୍ବ ହୋଇଯିବାରୁ ଶଶୁର କାଶିନାଥ ଏତେ ରାଗି ଯାଇଥିଲେ ଯେ, ସେ ତାଙ୍କ ବନ୍ଧୁକରୁ ଗୁଳି କରି ବୋହୂକୁ ହତ୍ୟା କରିଥିଲେ । ଏହା ଦେଖି ପରିବାର ଲୋକେ ହତବାକ ହୋଇଯାଇଥିଲେ । ସେମାନେ ତୁରନ୍ତ ସିମାଙ୍କୁ ନେଇ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସୀମା ଜୀବନ ସହିତ ୨୦ ଘଣ୍ଟା ସଂଘର୍ସ କରିବା ପରେ ପ୍ରାଣ ତ୍ୟାଗ କରିଥିଲେ । ସୀମାଙ୍କ ଏକ ପୁଅ ମଧ୍ୟ ରହିଛି, ଯାହାର ବୟସ ପ୍ରାୟ ୧୭ ବର୍ଷ ହେବ ।
ଏହି ଘଟଣା ମହାରାଷ୍ଟ୍ର ଥାନେ ଜିଲ୍ଲାରେ ରାବୋଡ଼ି ଅଞ୍ଚଳରେ ଘଟିଥିଲା । ପରିବାର ଲୋକେ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ପୋଲିସ କହିବା ମୁତାବକ ଅଭିଯୁକ୍ତ କାଶୀନାଥ ପାଣ୍ଡୁରାଙ୍ଗ ପାଟିଲ(୭୬) ଜଣେ ବ୍ୟବସାୟୀ ଅଟନ୍ତି । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରି ଖୋଜିବା ଆରମ୍ଭ କରିଛି ।