fbpx

ମନ୍ତ୍ରୀଙ୍କ ବିବାଦୀୟ ବୟାନ: ଗୋମୂତ୍ର ଛିଞ୍ଚିଲେ ହଟିବ ଭୂତ ଭୟ ଓ ବାସ୍ତୁ ଦୋଷ

ନୂଆଦିଲ୍ଳୀ: ଉତ୍ତର ପ୍ରଦେଶର ପଶୁପାଳନ ବିଭାଗର ମନ୍ତ୍ରୀ ରହିଥିବା ଧର୍ମପାଲ ସିଂ ଏକ ବିବାଦୀୟ ବୟାନ ଦେଇଛନ୍ତି । ଯୋଗୀ ସରକାରରେ ପଶୁପାଳନ ବିଭାଗର ମନ୍ତ୍ରୀ ରହିଥିବା ଧର୍ମପାଲ ମୀରଟରେ ଏଭଳି କିଛି ବୟାନ ଦେଇଛନ୍ତି । ଗୋ ମୂତ୍ର ବ୍ୟବହାର କରିବା ଦ୍ୱାରା ଭୂତ ପ୍ରେତ ପରି ନକରାତ୍ମକ ଶକ୍ତି ଦୂରେଇ ରହିଥାନ୍ତି ବୋଲି ବିବାଦୀୟ ବୟାନ ଦେଇଛନ୍ତି ଧର୍ମପାଲ ।

ଗାଇ ଶରୀରରୁ ବାହାରୁଥିବା ପ୍ରତିଟି ଜିନିଷ ଆମ ପାଇଁ ଉପଯୋଗୀ । କ୍ଷୀର, ଦହି ଓ ଘିଅକୁ ଆମେ ଖାଦ୍ୟ ଭାବରେ ଗ୍ରହଣ କରୁଥିବା ବେଳେ ଗୋବର ଅତ୍ୟନ୍ତ ପବିତ୍ର । ଗୋବରରେ ଲକ୍ଷ୍ମୀ ବସବାସ କରିଥାନ୍ତି । ଗୋମୂତ୍ରରେ ଗଙ୍ଗା ମାତା ଅବସ୍ଥାନ କରୁଥିବାରୁ ଏହାକୁ ଘରେ ଛିଞ୍ଚିବା ଦ୍ୱାରା ଭୂତ, ପ୍ରେତ ଏବଂ ବାସ୍ତୁ ଦୋଷର ସଙ୍କଟ ଦୂର ହୋଇଥାଏ ।

ଗାଇର ଗୋବର ଦେଢରୁ ଦୁଇ ଟଙ୍କା ପ୍ରତି କିଲୋ ହିସାବରେ ବିକ୍ରି ହୋଇଥାଏ । ଏହା ବିକ୍ରି ହେବା ଦ୍ୱାର ସିଏନ୍ଜି କମ୍ପାନୀ ଗୁଡିକ ଆଗକୁ ଆସିବେ ଏବଂ ଗୋପାଳନ ପାଇଁ ଆଗ୍ରହ ବଢିବ । ୟୁପି ସରକାରଙ୍କ ପକ୍ଷରୁ କ୍ଷୀର ଓ ଦହି ନୁହେଁ ଗୋବର ଏବଂ ଗୋମୂତ୍ର ବିକ୍ରି କରିବାର ବ୍ୟବସ୍ଥା ସରକାର କରିବେ ବୋଲି ଧର୍ମପାଲ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.