fbpx

ଦେଶରେ ପୁଣି ବଢ଼ିଲାଣି କରୋନା: ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଜି ଆଲୋଚନା କରିବେ ମୋଦୀ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କୋଭିଡ-୧୯ ସଂକ୍ରମଣ ବଢ଼ିବାରେ ଲାଗିଛି । ତେରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଜି ଆଲୋଚନା କରିବେ । ଆଜି ପ୍ରଧାନମନ୍ତୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ । ପୂର୍ବରୁ ଗତ ଜାନୁଆରୀ ମାସ ୧୩ ତାରିଖରେ ଓମିକ୍ରନ ଭାରିଆଣ୍ଟକୁ ନେଇ ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ମୋଡ଼ରେ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଅଫିସ ତରଫରୁ ଜଣାପଡ଼ିଛି ଯେ, ଆଜି ମଧ୍ୟାହ୍ନ ୧୨ଟା ସମୟରେ ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ । ଏହି ଭର୍ଚୁଆଲ ମିଟରେ ମୋଦୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ପ୍ରମୁଖ ସାମିଲ ହେବେ । ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କୋଭିଡ ପରିସ୍ଥିତିକୁ ନେଇ ଏକ ପ୍ରେଜେଣ୍ଟେସନ ଉପସ୍ଥାପନ କରିବେ ।

ନିକଟରେ ଦେଶର ବିଭିନ୍ନ ରାଜ୍ୟରେ କୋଭିଡର ସ୍ଥିତି ବଢ଼ିବାରେ ଲାଗିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସହ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ହରିୟାଣା ମିଜୋରାମରେ କରୋନାର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି । ଅନ୍ୟପଟେ ଚୀନ ସହ ଅନ୍ୟ କିଛି ଦେଶରେ ମଧ୍ୟ କୋଭିଡ ନିଜର କାୟା ବିସ୍ତାର କରିବା ଆରମ୍ଭ କରିସାରିଲାଣି ।

Get real time updates directly on you device, subscribe now.