ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଖରିଫ ଋୁତୁକୁ ସ୍ୱାଗତ କରି ଧାନ ବୁଣିବାର ସୁବର୍ଣ୍ଣ ପର୍ବକୁ ପାଳନ କରିବା ପାଇଁ, ଓଡିଶାର ସବୁଠାରୁ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ, ଖିମଜୀ ଜୁଏଲର୍ସ ନିଜର ଆକର୍ଷଣୀୟ ଅଳଙ୍କାର ସଂଗ୍ରହ ସହିତ ‘ଦି ଗ୍ରେଟ୍ ଅକ୍ଷୟ ତୃତୀୟା ସେଲ୍’ର ଶୁଭାରମ୍ଭ କରିଛି । ଦେବୀ ଅନ୍ନପୂର୍ଣ୍ଣା ଏହି ଦିନ ଜନ୍ମ ହୋଇଥିବାରୁ,ଏହି ଦିନ ଘରକୁ ସୁନା ଆଣିବା ସମୃଦ୍ଧି ଏବଂ ଶୁଭ ଜନକ ବୋଲି ବିଶ୍ୱାସ କରାଯାଏ ।
ଖିମଜୀ ଜୁଏଲର୍ସର ‘ଦି ଗ୍ରେଟ୍ ଅକ୍ଷୟ ତୃତୀୟା ସେଲ୍’ରେ ସୁନା ଅଳଙ୍କାରର ସମ୍ପୁର୍ଣ୍ଣ ମୂଲ୍ୟ ଉପରେ ୫.୪% ପର୍ଯ୍ୟନ୍ତ ରିହାତି, ହୀରା ଉପରେ ୨୦% ଓ ରୂପା ସାମଗ୍ରୀର ଗଢା ମୂଲ୍ୟ ଉପରେ ୩୦% ରିହାତି ଉପଲବ୍ଧ ରହିଛି । ଏହି ଅଫର୍ ୨୭ ଏପ୍ରିଲ୍, ୨୦୨୨ରୁ ଆରମ୍ଭ ହୋଇ ୮ ମଇ,୨୦୨୨ ପର୍ଯ୍ୟନ୍ତ ରହିବ ।
ବିଗତ ଆଠ ଦଶନ୍ଧି ଧରି ଖିମଜୀ ଜୁଏଲର୍ସ ତାର ଅଭିଜ୍ଞତା ଅର୍ଜନ କରି ସମ୍ମାନିତ ଗ୍ରାହକଙ୍କ ଦ୍ୱାରା ମୂଲ୍ୟବୋଧତା ବଜାୟ ରଖିଛି । ଖିମଜୀ ସର୍ବଦା ସର୍ବୋତ୍ତମ ଅଫର୍ ଆଣି ଏକ ମାନଦଣ୍ଡ ସୃଷ୍ଟି କରିପାରିଛି । ଏଠାରେ ସର୍ବୋକୃଷ୍ଟ ଅଳଙ୍କାର ପାଇଁ ସର୍ବୋତ୍ତମ କାରୀଗରଙ୍କୁ ମନୋନୀତ କରାଯାଇଥାଏ ।
ସେହିପରି ଗ୍ରାହକଙ୍କ ଖୁସିକୁ ଧ୍ୟାନରେ ରଖି ଖିମଜୀ ସର୍ବଦା ଆକର୍ଷଣୀୟ ଅଫର୍ ଆଣିଥାଏ । ଏହି ପର୍ବ ଉପରେ ମନ୍ତବ୍ୟ ଦେଇ ଖିମଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମଜୀ କହିଛନ୍ତି, “ଏହା ଆମର ୮୬ତମ ବର୍ଷ ଏବଂ ଆମେ ସମସ୍ତ ଗ୍ରାହକଙ୍କ ପାଇଁ ରିହାତିର ସର୍ବୋତ୍ତମ ପ୍ୟାକେଜ୍ ଆଣି ଅକ୍ଷୟ ତୃତୀୟାର ପର୍ବକୁ ଆନନ୍ଦଦାୟକ କରିବାକୁ ଚାହୁଁଛୁ ।
ରିହାତି ବ୍ୟତୀତ, ସୁଲଭ ମୁଲ୍ୟରେ ପାରମ୍ପରିକ ଅଳଙ୍କାର ଡିଜାଇନର ସଂଗ୍ରହ ମଧ୍ୟ ନେଇ ଆସିଛୁ । ଏହି ଅଫର୍ଗୁଡିକର ଲାଭ ଉଠାଇବା ପାଇଁ ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର ଏବଂ କଟକ ଠାରେ ଖିମଜୀର ଷ୍ଟୋରମାନ ପରିଦର୍ଶନ କରନ୍ତୁ । ଏହି ଅଳଙ୍କାର ବ୍ରାଣ୍ଡ ସୁନା, ହୀରା, ପ୍ଲାଟିନମ୍, ରୂପା, ଆନ୍ତର୍ଜାତୀୟ ଘଣ୍ଟା, ଅନନ୍ୟ ମୂଲ୍ୟବାନ ଧାତୁ ଏବଂ ପଥରର ଏକ ବିଶାଳ ଓ ଅଦ୍ୱିତୀୟ ସଂଗ୍ରହଣ ରଖିଛି ।