fbpx

ଇଦ୍ ଯୋଗୁଁ ବଢ଼ିଲା ସୁରକ୍ଷା, ହେଲେ ବି ଡ୍ୟୁଟିରୁ ଗାଏବ୍ ହେଲେ ପୋଲିସକର୍ମୀ: ୬୦ ସସପେଣ୍ଡ୍

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ତୃତୀୟ ବାଟାଲିୟନରେ ପୋଷ୍ଟିଂ ୬୦ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏହା ବ୍ୟତୀତ ସମସ୍ତଙ୍କ ବିରୋଧରେ ବିଭାଗୀୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଇଦ୍ ଅବସରରେ ସୁରକ୍ଷା ପାଇଁ ଏହି ସମସ୍ତ ପୋଲିସକର୍ମୀଙ୍କୁ ସଦର ବଜାରରେ ନିୟୋଜିତ କରାଯାଇଥିଲା ।

କିନ୍ତୁ ଡ୍ୟୁଟି ସମୟରେ ସେମାନେ ଅନୁସ୍ଥିତ ଥିଲେ, ଯେଉଁଥିପାଇଁ ଏବେ ସେମାନଙ୍କୁ ତତ୍କାଳ ପ୍ରଭାବ ସହ ନିଲମ୍ବିତ କରାଯାଇଛି । ସୂଚନା ଅନୁସାରେ, ତୃତୀୟ ବାଟାଲିୟନର ଯବାନଙ୍କୁ ଦିଲ୍ଲୀ ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି । ଜାହାଙ୍ଗିରପୁରି ହିଂସା ପରେ ଇଦ୍ ଅବସରରେ ଦିଲ୍ଲୀର ଭିନ୍ନ ଭିନ୍ନ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଜାହାଙ୍ଗିରପୁରି ହିଂସା ପରେ ଦିଲ୍ଲୀ ସୁରକ୍ଷାକୁ ଅଧିକ ବଢ଼ାଯାଇଛି, କିନ୍ତୁ ଏହା ପରେ ବି କିଛି ପୋଲିସକର୍ମୀ ଡ୍ୟୁଟି ସମୟରେ ଅବହେଳା କରିଥିଲେ । ସେମାନଙ୍କୁ ଡ୍ୟୁଟି ସମୟରେ ପୋଷ୍ଟିଂ ସ୍ଥାନରେ ଦେଖିବାକୁ ମିଳିନଥିଲା । ଏଥିରେ କଡ଼ା ପଦକ୍ଷେପ ନିଆଯିବା ସହ ସେମାନଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି ।

Get real time updates directly on you device, subscribe now.