fbpx

ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୬ ଛାତ୍ରଛାତ୍ରୀ ଅସୁସ୍ଥ

ଖୋର୍ଦ୍ଧା(ଓଡ଼ିଶା ଭାସ୍କର): ଅସ୍ୱାସ୍ଥ୍ୟକର ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ମାମଲା ତ ଆପଣ ଅନେକ ଶୁଣିଥିବେ । ପ୍ରଶାସନର ଅନେକ ପଦକ୍ଷେପ ପରେ ବି ବଦଳୁନି ବ୍ୟବସ୍ଥା । ଏହାରି ମଧ୍ୟରେ ଏପରି ଏକ ମାମଲା ଖୋର୍ଦ୍ଧାରୁ ସାମ୍ନାକୁ ଆସିଛି, ଯେଉଁଠାରେ ମଧ୍ୟାହ୍ନ ଭୋଜନ ଖାଇ ୬ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି ।

ଏହି ଘଟଣାଟି ଖୋର୍ଦ୍ଧା ଟାଙ୍ଗି ବୋଡଙ୍ଗରାପାଟଣା ୟୁପି ସ୍କୁଲରେ ଘଟିଥିବା ଜଣାପଡିଛି । ସୂଚନା ମୁତାବକ, ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ଅସୁସ୍ଥ ହୋଇଥିବା ୬ ଛାତ୍ରଛାତ୍ରୀଙ୍କୁ ଟାଙ୍କି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି । ଅନ୍ୟପଟେ ସ୍କୁଲ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.