fbpx

ଜୁଲାଇ ୧୮ରୁ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଯିବ ଭାରତୀୟ କ୍ରିକେଟ୍‌ ଟିମ୍, ୩ଟି ଦିନିକିଆ ଏବଂ ୫ଟି ଟ୍ୱେଣ୍ଟି-୨୦ ମ୍ୟାଚ ଖେଳିବାର ରହିଛି କାର୍ଯ୍ୟକ୍ରମ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳ ଆସନ୍ତା ଜୁଲାଇ ୧୮ ତାରିଖରୁ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବେ । ସେଠାରେ ୮ ମ୍ୟାଚ୍‌ ବିଶିଷ୍ଟ ଦୁଇଟି ସୀମିତ ଓଭର ସିରିଜ୍‌ ଖେଳିବା କାର୍ଯ୍ୟକ୍ରମ ରହିଛି । ଏଥିରେ ୩ଟି ଦିନିକିଆ ଏବଂ ୫ଟି ଟ୍ୱେଣ୍ଟି-୨୦ ସାମିଲ ରହିଛି । ଜୁଲାଇ ୨୨, ୨୪ ଓ ୨୭ ତାରିଖରେ  ତ୍ରିଦିବସର କୁଇନ୍ସ ପାର୍କ ଓଭାଲରେ ଦିନିକିଆ ମ୍ୟାଚ୍‌ସବୁ ଖେଳାଯିବ ।

ଜୁଲାଇ ୨୯ ତାରିଖରେ ନବ ନିର୍ମିତ ବ୍ରାଏନ୍‌ ଚାର୍ଲସ ଲାରା ଷ୍ଟାଡିୟମରେ ପ୍ରଥମ ଟ୍ୱେଣ୍ଟି-୨୦ ଖେଳାଯିବା ପରେ ପରବର୍ତୀ ୨ ଟ୍ୱେଣ୍ଟି-୨୦ ସେଣ୍ଟ କିଟ୍ସ ଓ ନେଭିସ୍‌ର ୱାର୍ଣ୍ଣର ପାର୍କରେ ଅଗଷ୍ଟ ୧ ଓ ୨ ତାରିଖରେ ଖେଳାଯିବ । ଏହା ପରେ ଉଭୟ ଦଳ ଆମେରିକାର ଫ୍ଲୋରିଡ଼ା ଗସ୍ତ କରି ଫୋର୍ଟ ଲେଡରଡେଲ୍‌ରେ ଅଗଷ୍ଟ ୬ ଓ ୭ ତାରିଖରେ ଶେଷ ଦୁଇ ଟ୍ୱେଣ୍ଟି-୨୦ ଖେଳିବେ । ତେବେ ଆମେରିକା ଚରଣ ଲାଗି ସେଠାକାର ସରକାର ଏବେ ମଧ୍ୟ ଅନୁମତି ପ୍ରଦାନ କରିନଥିବାରୁ ଚୂଡାନ୍ତ ଖେଳସୂଚୀ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ । ଏହି ଗସ୍ତ ପୂର୍ବରୁ ଭାରତୀୟ ଦଳ ଆୟର୍ଲାଣ୍ଡ୍‌ ଓ ଇଂଲଣ୍ଡ ଗସ୍ତ କରିବ । ଜୁନ୍‌ ୨୬ ଓ ୨୮ରେ ଆୟର୍ଲାଣ୍ଡ ବିକ୍ଷରେ ୨ ଦିନିକିଆ ଖେଳିବା ପରେ ଇଂଲଣ୍ଡ ବିକ୍ଷରେ ଗୋଟିଏ ଟେଷ୍ଟ୍‌ (ଗତବର୍ଷର ଅସମ୍ପୂର୍ଣ୍ଣ ଶୃଙ୍ଖଳାର) ସହିତ ୩ ଲେଖାଏଁ ଟ୍ୱେଣ୍ଟି-୨୦ ଓ ଦିନିକିଆ ଖେଳିବ ।

Get real time updates directly on you device, subscribe now.