ନୂଆଦିଲ୍ଲୀ: ମଙ୍କିପକ୍ସର ଭୟ ଦିନକୁ ଦିନ ବଢୁଥିବା ବେଳେ ଏବେ ଉତ୍ତରପ୍ରଦେଶର ଗାଜିୟାବାଦଠାରେ ଏକ ୫ ବର୍ଷର ଝିଅ ନିକଟରେ ମଙ୍କିପକ୍ସର ଲକ୍ଷଣ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ବ୍ରଜେଶ ପାଠକଙ୍କ ସୂଚନା ଅନୁସାରେ ଗାଜିୟାବାଦରେ ଏହିଭଳି ଏକ ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି । ଝିଅର ଶରୀରରେ କେବଳ କୁଣ୍ଡେଇହେବା ସହ ଦାଗ ଭଳି ସମସ୍ୟା ଦେଖାଯାଇଥିଲା । ସୂଚନା ପାଇ ସ୍ୱାସ୍ଥ୍ୟ ବିଭାଗ ଟିମ ନମୁନା ସଂଗ୍ରହ କରି ଯାଞ୍ଚ ପାଇଁ ଆଇସିଏମଆର ପୁନେକୁ ପଠାଇଛି ।
ଜଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଅନୁସାରେ ଶିଶୁ ଶରୀରରେ କୁଣ୍ଡେଇ ହେବା ସହ ଦାଗ ଦେଖାଯାଇଥିବାରୁ ନମୁନା ସଂଗ୍ରହ କରାଯାଇଥିଲା । କିନ୍ତୁ ଶିଶୁଠାରେ ଅନ୍ୟ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇ ନାହିଁ । ଏପରିକି ଶିଶୁଟି କୌଣସି ବିଦେଶ ଫେରନ୍ତା ବ୍ୟକ୍ତିଙ୍କ ସଂସ୍ପର୍ଶରେ ମଧ୍ୟ ଆସିନଥିବା ସୂଚନା ମିଳିଛି ।
ସୂଚନା ଯୋଗ୍ୟ, ଭାରତରେ ଏବେ ପର୍ଯ୍ୟନ୍ତ ମଙ୍କିପକ୍ସର କୌଣସି ମାମଲା ସାମ୍ନାକୁ ଆସି ନାହିଁ । ତେବେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସ୍ଥିତି ଉପରେ କଡ଼ା ନଜର ରଖିଥିବା ସୂଚନା ମିଳିଛି ।