fbpx

ଆଇଏଏସ ସ୍ତରରେ ଅଦଳବଦଳ, ସଞ୍ଜୟ ସିଂହ ହେଲେ ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ସଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ରାଜ୍ୟରେ ବଡ଼ ଧରଣର ଆଇଏଏସ ସ୍ତରରେ ଅଦଳବଦଳ ହୋଇଥିବା ବେଳେ ଆଜି ଶୁକ୍ରବାର ମଧ୍ୟ ଆଇଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି ସରକାର ।

ଶୁକ୍ରବାର କିଛି ଆଇଏଏସଙ୍କୁ ନୂଆ ଦାୟିତ୍ୱରେ ନିଯୁକ୍ତ କରାଯାଇଛି  । ବିଏମସି କମିଶନର ଥିବା ସଂଞ୍ଜୟ ସିଂହଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ସରକାର । ସଞ୍ଜୟ ସିଂହଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ସଚିବ ଭାବରେ ମିଳିଲା ନୂଆ ଦାୟିତ୍ୱ, ସେ ବିଡିଏର ଭାଇସ ଚେୟାରମ୍ୟାନ୍ ଓ ଭୁବନେଶ୍ୱର ସ୍ମାର୍ଟସିଟି ଲି.ସିଏମଡି ଦାୟିତ୍ୱରେ ବି ରହିବେ । ତାଙ୍କ ସହ ଓଡ଼ିଶା ଔଷଧ ନିଗମ ଏମଡି ଯାମିନୀ ଷଡ଼ଙ୍ଗୀଙ୍କୁ ଜିଏ ବିଭାଗ ଓଏସଡି ଦାୟିତ୍ୱରେ ନିଯୁକ୍ତ କରାଯାଇଛି ।

ସୂଚନାଯୋଗ୍ୟ, ଗୁରୁବାର ୩୫ ଜଣ ଆଇଏସଙ୍କୁ ନୂଆ ଦାୟିତ୍ୱ ମିଳିଥିଲା । ଆଇଏଏସ ଅଫିସର କେ.ସୁଦର୍ଶନ ଚକ୍ରବର୍ତ୍ତୀ ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ ଭାବରେ ନିଯୁକ୍ତ ହୋଇଛନ୍ତି । ଆଇଏଏସ ନିଖିଲ ପବନ କଲ୍ୟାଣ ହେଲେ କଟକ ମହାନଗର କମିଶନର, ବିଜୟ ଅମୃତା କୁଲାଙ୍ଗେ ହେଲେ ଭୁବନେଶ୍ୱର ମହାନଗର କମିଶନର ହୋଇଛନ୍ତି ।

Get real time updates directly on you device, subscribe now.