fbpx

ଭେଙ୍କୟା ନାଇଡ଼ୁ ହେବେ NDAର ରାଷ୍ଟ୍ରପତି ପ୍ରାର୍ଥୀ!

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧୮ ତାରିଖରେ ଦେଶରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ । ତେବେ ଏହା ମଧ୍ୟରେ ବିରୋଧୀଙ୍କ ପକ୍ଷରୁ ଯଶୱନ୍ତ ସିଂହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ଏବେ ସମସ୍ତଙ୍କର ନଜର ରହିଛି ଏନଡିଏ ଉପରେ । ଏନଡିଏର ପ୍ରାର୍ଥୀ ଚଳିତ ନିର୍ବାଚନରେ ଜିତିବାର ସମ୍ଭାବନା ଅଧିକ ଥିବାରୁ ତାହାକୁ ନେଇ ସମସ୍ତେ ଚାହିଁ ରହିଛନ୍ତି ।

ତେବେ ଆଜି ବିଜେପି ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ । ଏହା ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପରାଷ୍ଟ୍ରପତିଙ୍କ ବରିଷ୍ଠ ନେତାମାନେ ଭେଙ୍କୟା ନାଇଡ଼ୁ ଭେଟିଛନ୍ତି । ତେଣୁ ଭେଙ୍କୟା ଶାସକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସଂଖ୍ୟା ଖେଳରେ ମଜବୁତ ସ୍ଥିତିରେ ରହିଛି । ନିର୍ବାଚନରେ ଜିତିବା ପାଇଁ ଦଳକୁ କିଛି ଭୋଟର ଆବଶ୍ୟକତା ପଡ଼ୁଛି । ତେଣୁ କିଛି ଆଞ୍ଚଳିକ ଦଳ ସହ ବିଜେପି ଏହା ମଧ୍ୟରେ ଆଲୋଚନା କରିସାରିଛି । ସେମାନଙ୍କ ମଧ୍ୟରେ ବିଜେଡି, ୱାଇଏସଆର କଂଗ୍ରେସ ରହିଛନ୍ତି ।

ଆଜି ବିଜେପିର ସଂସଦୀୟ ବୋର୍ଡ ବୈଠକରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବାର ସମ୍ଭାବନା ରହିଛି । ଭେଙ୍କୟା ଜଣେ ପ୍ରବୀଣ ରାଜନୀତିଜ୍ଞ ହୋଇଥିବା ବେଳେ ତାଙ୍କୁ ପ୍ରାର୍ଥୀ କରି ଦଳ ଆଞ୍ଚଳିକ ଦଳଙ୍କ ସମର୍ଥନ ଲାଭ କରିବା ଯୋଜନାରେ ରହିଥିବା କୁହାଯାଉଛି ।

Get real time updates directly on you device, subscribe now.