fbpx

ଚଳିତ ଆର୍ଥିକ ବର୍ଷରେ ପର୍ଯ୍ୟଟନ ପାଇଁ ଖର୍ଚ୍ଚ ହେବ ୫୭୪ କୋଟି, ସୂଚନା ଦେଲେ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶନିବାର ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ । ମୌସୁମୀ ଅଧିବେଶନରେ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ନେଇ ହେଉଥିବା ଅବହେଳାକୁ ନେଇ ପଶ୍ନ ଉଠାଇଥିଲେ ବିରୋଧୀ ଶାସକ ନେତା ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି ।

ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ଦେବୀ ମିଶ୍ର ମନ୍ତବ୍ୟ ରଖି କହିଥିଲେ ଯେ ପର୍ଯ୍ୟଟନ ଭିତ୍ତିଭୂମି କ୍ଷେତ୍ରରେ ରୋଡ଼ମ୍ୟାପକୁ ଠିକଣା ଢଙ୍ଗରେ ଓ ଠିକଣା ସମୟରେ ହୋଇପାରୁନାହିଁ । ଫଳରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଯେଉଁଭଳି ଭାବରେ ଅଭିବୃଦ୍ଧି ହେବା କଥା ସେଭଳି ହେଉନାହିଁ । ପର୍ଯ୍ୟଟନ କ୍ଷେତ୍ର ପାଇଁ ବ୍ୟୟବରାଦ ହେଉଥିବା ଅର୍ଥରାଶି ଖର୍ଚ୍ଚ ହୋଇପାରୁନାହିଁ । ଗୋଆ ଭଳି ରାଜ୍ୟରେ ବର୍ଷା ଦିନରେ ମଧ୍ୟ ପର୍ଯ୍ୟଟନର ଲାଭ ଉଠାଉଛନ୍ତି, ମାତ୍ର ଓଡ଼ିଶାରେ ଗୁରୁତ୍ୱ ଦିଆଯାଉ ନାହିଁ । ବିଭାଗ ଯେଉଁ କାର୍ଯ୍ୟ କରୁଛି ତାହା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।

ପ୍ରସଙ୍ଗରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ମଧ୍ୟ ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରକୁ ଅବହେଳା ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ସୁରେଶ କୁମାର ରାଉତରାୟ ନିଜ ନିଜ ଅଞ୍ଚଳର ପର୍ଯ୍ୟଟନ ସମସ୍ୟା ପ୍ରସଙ୍ଗ ଉଠାଇଛନ୍ତି ।

ସେପଟେ  ଏହି ପ୍ରଶ୍ନର ଉତ୍ତର ରଖି ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି । ୨୦୧୯ ପରଠାରୁ କୋଭିଡ ଯୋଗୁଁ ରାଜ୍ୟକୁ ପର୍ଯ୍ୟଟକ ଓଡ଼ିଶା ଆସିବା କମିଛି ବୋଲି କହିଛନ୍ତି ମନ୍ତ୍ରୀ ଏହାସହ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ପର୍ଯ୍ୟଟନ ବିକାଶ ପାଇଁ ୫୭୪ କୋଟି ଟଙ୍କା ବ୍ୟୟ ବରାଦ କରାଯିବା ନେଇ ସୂଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ।

Get real time updates directly on you device, subscribe now.