ଫ୍ୟାନ୍ସମାନଙ୍କ ପାଇଁ ଗୁଡ ନ୍ୟୁଜ: କ୍ରିକେଟ ଏକାଡେମୀକୁ ଫେରିଲେ ଭାରତର ଷ୍ଟାର ଖେଳାଳି

ବେଙ୍ଗଲୁରୁ: ଟିମ ଇଣ୍ଡିଆର ଷ୍ଟାର ପ୍ଲେୟର କେ.ଏଲ ରାହୁଲ ଏବେ ଆହତ ହୋଇ ଦଳରୁ ବାଦ ପଡିଛନ୍ତି । ଆଘାତ କାରଣରୁ ଭାରତର ଦକ୍ଷିଣ ଆଫ୍ରିକା, ଆୟରଲାଣ୍ଡ ସହିତ ଇଂଲଣ୍ଡ ଗସ୍ତରୁ ମଧ୍ୟ ବାଦ ପଡିଛନ୍ତି ରାହୁଲ । କିନ୍ତୁ ତାଙ୍କୁ ନେଇ ଏବେ ଏକଭଲ ଖବର ସାମନାକୁ ଆସିଛି । ଖୁବ ଶୀଘ୍ର ସେ ମଇଦାନକୁ ଓହ୍ଲାଇବେ ।

Rahul's batting position in focus as buoyant India look to seal series  against Windies | Deccan Herald

ଆଘାତ ପରେ ନିକଟରେ ଜର୍ମାନୀରେ ସର୍ଜରୀ କରି ଫେରିଛନ୍ତି କେ.ଏଲ ରାହୁଲ । ତେବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିବାରୁ ଆଗାମୀ ୱେଷ୍ଟ-ଇଣ୍ଡିଜ ଗସ୍ତରୁ ମଧ୍ୟ ସେ ବାଦ ପଡିପାରନ୍ତି । ଏହା ମଧ୍ୟରେ ସେ ବେଙ୍ଗଲୁରୁର ନେସନାଲ କ୍ରିକେଟ ଏକାଡେମୀରେ ଅଭ୍ୟାସ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଆଜି ତାଙ୍କୁ ମଇଦାନରେ ଅଭ୍ୟାସ କରୁଥିବାର ଦେଖାଯାଇଛି । କେବଳ ବାମ ଗୋଡରେ ପ୍ୟାଡ ପିନ୍ଧି ଅଳ୍ପ ସମୟ ପାଇଁ ଅଭ୍ୟାସ କରିଥିଲେ ରାହୁଲ । ଏହା ସହିତ ଆଉ ଏକ ଫଟୋରେ ରାହୁଲ କୋଚଙ୍କ ସହିତ କଥା ହେଉଥିବାର ମଧ୍ୟ ଦେଖା ଯାଇଛି ।

KL Rahul Injury: KL Rahul takes first net session after surgery: Check pics

ଯାହା ଫ୍ୟାନ୍ସମାନଙ୍କ ମନରେ ଏକ ଆଶା ଭରି ଦେଇଛି । ତେଣୁ ଆସନ୍ତା ଏସିଆ କପ ପୂର୍ବରୁ ସେ ଫିଟ ହୋଇ ଦଳକୁ ଫେରିବେ ବୋଲି ଆଶା ରହିଛି । ବର୍ତ୍ତମାନ ରାହୁଲ ଏନସିଏରେ ସ୍ପୋର୍ଟସ ସାଇନ୍ସ ପ୍ରମୁଖ ନିତିନ ପଟେଲଙ୍କ ନଜରରେ ରହିଛନ୍ତି । ରାହୁଲ ଏପର୍ଯ୍ୟନ୍ତ ମୋଟ ୪୨ଟି ଲେଖାଏଁ ଟେଷ୍ଟ ଏବଂ ଦିନିକିଆ ଖେଳିଥିବା ବେଳେ ୫୬ଟି ଟଠି-୨୦ରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି କେ.ଏଲ ରାହୁଲ ।