fbpx

୧୬ ଘଣ୍ଟାର ପଚରାଉଚରା ପରେ ସଞ୍ଜୟ ରାଉତଙ୍କୁ ଗିରଫ କଲା ଇଡି

ମୁମ୍ବାଇ: ପାତ୍ର ଚାୱଲା ଜମି ଘୋଟାଲା ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ରବିବାର କେନ୍ଦ୍ରୀୟ ଏଜେନ୍ସି ସଞ୍ଜୟ ରାଉତଙ୍କ ଘରେ ଚଢାଉ କରିଥିଲା। ଏହି ସମୟରେ ତାଙ୍କ ଘରୁ ୧୧ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି । ଏହା ପୁର୍ବରୁ ଇଡି ସଞ୍ଜୟ ରାଉତଙ୍କୁ ଅନେକ ଥର ନୋଟିସ କରିସାରିଥିଲା। ମିଡିଆ ରିପୋର୍ଟ ମୁତାବକ ତାଙ୍କ ଭାଇ ସୁନିଲ ରାଉତ ଏହି ସୂଚନା ଦେଇଛନ୍ତି । ରାଉତଙ୍କ ବିରୁଦ୍ଧରେ ପିଏମଏଲଏ ଆଧାରରେ ମାମଲା ରୁଜୁ କରାଯାଇଛି । ଆଜି ଅପରାହ୍ନରେ ତାଙ୍କୁ କୋର୍ଟରେ ହାଜର କରାଯାଇପାରେ । ସୁନିଲ କହିଛନ୍ତି ଯେ, ଇଡି ସଞ୍ଜୟଙ୍କୁ ଡରୁଛି ଏହି କାରଣରୁ ତାଙ୍କୁ ଗିରଫ କରିଛି ।

ଅଧିକାରୀମାନେ କହିଛନ୍ତି ଯେ ଦକ୍ଷିଣ ମୁମ୍ବାଇର ବଲାର୍ଡ ଇଷ୍ଟେଟରେ ଥିବା ଇଡି ବିଭାଗୀୟ କାର୍ୟ୍ୟାଳୟରେ ୬ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା ପରେ ରାଉତ (୬୦) ଙ୍କୁ ଗିରଫ କରାଯାଇଥିଲା। ସେମାନେ ଦାବି କରିଛନ୍ତି ଯେ ରାଉତଙ୍କୁ ରବିବାର ଅପରାହ୍ନ ୧୨.୦୫ ରେ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅଧୀନରେ ଗିରଫ କରାଯାଇଥିଲା କାରଣ ସେ ଏହି ଘଟଣାରେ ସହଯୋଗ କରୁନାହାଁନ୍ତି।

Get real time updates directly on you device, subscribe now.