fbpx
BJD SKY
BJD SKY

ଶ୍ରାବଣରେ ଜଙ୍ଗଲୀ ଛତୁର ଚାହିଦା ବେଶି, କିଲୋ ପିଛା ୮୦୦ଟଙ୍କାରେ ହେଉଛି ବିକ୍ରି

BJD

ଡାବୁଗାଁ,(ଭାସ୍କର ନ୍ୟୁଜ୍‌): ବର୍ତ୍ତମାନ ସମୟ ହେଉଛି କୋଚିତ ମିଳୁଥିବା ଶ୍ରାବଣ ଛତୁର ସମୟ। ବଜାରରେ ଏହାର ଚାହିଦା ବେଶି। ପୂର୍ବରୁ କୋରାପୁଟିଆ ଆଦିବାସୀ ଏହି ଛତୁ ଖାଉଥିଲେ। ବର୍ତ୍ତମାନ ଶ୍ରାବଣ ଛତୁ ଖାଉଥିବାରୁ ସମାଜରେ ଉଚ୍ଚବର୍ଗ ଭିନ୍ନ ଲୋକ ପସନ୍ଦ କରୁଛନ୍ତି। ଏହା ଖାଉଥିବା ଲୋକଙ୍କୁ ଜଙ୍ଗଲୀ ଓ ଗରିବ ବୋଲି ବିବେଚନା କରାଯାଉଥିଲା। କିନ୍ତୁ ସମୟ ବଦଳିବା ସହ ଆଜି ସମାଜରେ ଶ୍ରାବଣ ଛତୁ ପ୍ରିୟ ତଥା ସ୍ୱାଦିଷ୍ଟ ଖାଦ୍ୟ ପାଲଟିଛି। ନୂଆ ନୂଆ ଏହା ବଜାରକୁ ଆସିଥିବାରୁ କିଲୋ ପିଛା ଦର ୮ସହ ଟଙ୍କା ରହିଛି।  ତଥାପି ବଜାରକୁ ଆସିବାର କିଛି ମିନଟ କିମ୍ବା ଘଣ୍ଟା ଭିତରେ ଖାଲି ହୋଇଯାଉଛି।

ଟମାଟୋ କିଲୋ ୧୦୦ ଟଙ୍କା ହେଲେ ଖାଉଟି ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି। ସେହିପରି ଅନ୍ୟ ପରିବା ଦର ବଢିଲେ ବି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି, ଏମିତି ସ୍ଥିତିରେ ଶ୍ରାବଣ ଛତୁ କିଲୋ ୮ସହ ଟଙ୍କାରେ ବିକ୍ରି ହେଉଛି। ଜଙ୍ଗଲରେ ଏହି ଛତୁ ସାଧାରଣତ ମାଟି ଉପରକୁ ବାହାରି ଆସିଥାଏ। ଡାବୁଗାଁ ଜଙ୍ଗଲରେ ବହୁ ପରିମାଣରେ ଜଙ୍ଗଲ ଥିବାରୁ ଏହି ଛତୁ ମିଳୁଛି। ହେଲେ ଗତବର୍ଷ ତୁଳନାରେ ଅଧିକ ଦରରେ ବିକ୍ରି ହେଉଛି, ତଥାପି ଏହାପ୍ରତି ଲୋକଙ୍କ ଚାହିଦା ରହିଛି ।

Get real time updates directly on you device, subscribe now.