fbpx

ରୌପ୍ୟ ପଦକ ଶୁଭେଚ୍ଛା ସହ ଭାରତୀୟ ମହିଳା ଦଳର କ୍ଲାସ୍ ନେଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା କ୍ରିକେଟ୍ ଦଳର ପଦକର ରଙ୍ଗା ସୁନାର ହୋଇ ପାରିଥାନ୍ତା। ମାତ୍ର ନିଜ ଭୁଲ୍ କାରଣରୁ ଭାରତୀୟ ଦଳକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ରାକ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ମହିଳା କ୍ରିକେଟକୁ ଏଥର ସାମିଲ୍ କରାଯାଇଥିଲା। ତେବେ ଫାଇନାଲ୍ ମୁକାବିଲାରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ହାତରୁ ୯ ରନରେ ପରାଜିତ ହୋଇଥିଲା। ଅଷ୍ଟ୍ରେଲିଆ ୨୦ ଓଭରରେ ୧୬୧ ରନ କରିଥିଲା। ଜବାବରେ ଭାରତ ୧୬୨ ରନର ବିଜୟ ଲକ୍ଷ୍ୟ ପିଛା କରି ୧୪.୨ ୧ଭରରେ ଦୁଇଟି ଓ୍ଵିକେଟ୍ ହରାଇ ୧୧୮ ରନ କରିଥିଲା। ହେଲ ଏହା ପରେ ଏମିତି ଓ୍ଵିକେଟ୍ ପତନ ଘଟିଲା ଯେ, ଦଳ ୧୫୨ ରନରେ ଅଲଆଉଟ୍ ହୋଇଥିଲା। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଭାରତୀୟ ଦଳକୁ ରୌପ୍ୟ ପଦକ ପାଇଁ ଶୁଭେଚ୍ଛା ଜଣାଇଥିଲେ ମଧ୍ୟ ତାଙ୍କ ଟୁଇଟରୁ ପରାଜୟର ଗ୍ଲାନି ସ୍ପଷ୍ଟ ଭାବେ ବାରି ହୋଇ ପଡୁଥିଲା।

 

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଗାଙ୍ଗୁଲି ଟୁଇଟ୍ କରି ଲେଖିଛନ୍ତି, ଭାରତୀୟ ମହିଳା କ୍ରିକେଟ୍ ଦଳକୁ ରୌପ୍ୟ ପଦକ ପାଇଁ ଅଭିନନ୍ଦନ… ମାତ୍ର ସେମାନେ ସ୍ଵଦେଶ ନିରାଶ ଭାବେ ଫେରିବେ। କାରଣ ଏହି ମ୍ୟାଚ୍ ସଂପୂର୍ଣ୍ଣ ଭାବେ ତାଙ୍କ ହାତରେ ଥିଲା। ୧୬୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୨.୪ ଓଭରରେ ୨୨ ରନରେ ସ୍ମୃତି ମନ୍ଧାନା ଏବଂ ଶେଫାଳୀ ବର୍ମାଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଅଧିନାୟକ ହରମନପ୍ରୀତ କୌର ଏବଂ ଜେମିମା ରଡ୍ରିଗଜ ମିଶି ସ୍କୋରକୁ ୧୪.୨ ଓଭରରେ ୧୧୮ରେ ପହଞ୍ଚାଇଥିଲେ।। ଅର୍ଥାତ ଭାରତକୁ ୩୪ ବଲରୁ ୪୪ ରନ ଦରକାର ଥିଲା। ଆଉ ହାତରେ ଥିଲା ୮ ଓ୍ଵିକେଟ୍।

ଏହା ପରେ ଭାରତ ଲଗାତାର ଓ୍ଵିକେଟ୍ ହରାଇଥିଲା। ହରମନପ୍ରୀତ କୌର ମଧ୍ୟ ଚାପରେ ଆସି ବେପରୁଆ ସଟ୍ ଖେଳି ଆଉଟ୍ ହୋଇଥିଲେ। ଭାରତୀୟ ଦଳ ଏହି ମ୍ୟାଚରେ ଜବରଦସ୍ତ ବୋଲିଂ ଏବଂ ଫିଲ୍ଡିଂ କରିଥିଲା। ମାତ୍ର ବ୍ୟାଟରମାନେ ଯେମିତି ପ୍ରଦର୍ଶନ କଲେ ତାହା ବହୁତ ଦୁଃଖ ଦାୟକ ଥିଲା। ଆଉ ଭାରତ ୧୫୨ ରନରେ ଅଲଆଉଟ୍ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି।

Get real time updates directly on you device, subscribe now.