fbpx

ଜନ୍ମାଷ୍ଟମୀରେ ଭାଗ୍ୟଶାଳୀ ହେବେ ଏହି ରାଶିର ବ୍ୟକ୍ତି: ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷେତ୍ରରେ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ । ଯାହାକୁ ସାରା ଦେଶ ଜନ୍ମାଷ୍ଟମୀ ରୂପରେ ପାଳନ କରିଥାଏ । ତେବେ ଚଳିତ ବର୍ଷ ସମଗ୍ର ଦେଶ ଅଗଷ୍ଟମାସ ୧୮ ତାରିଖ ଅର୍ଥାତ ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ କରୁଛି । ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ବାଳକ ରୂପକୁ ପୂଜା କରାଯାଇଥାଏ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମୋଟ ୧୨ଟି ରାଶିମାନଙ୍କ ମଧ୍ୟରୁ ୪ଟି ରାଶି ଉପରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ବିଶେଷ କୃପା ରହିଥାଏ । ତେବେ ଏହି ଜନ୍ମାଷ୍ଟମୀ ତିଥିରେ ଏହି ରାଶିମାନଙ୍କ ଉପରେ ରହିବ ଭଗବାନ ଶ୍ରୀକୃଷ୍ଣଙ୍କ ଆର୍ଶିବାଦ ଯେଉଁ କାରଣରୁ ସେମାନେ ଭାଗ୍ୟଶାଳୀ ହେବେ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ୪ ରାଶିର ବ୍ୟକ୍ତିମାନଙ୍କ ବିଷୟରେ ।

ବୃଷ: ଭଗବାନ ବିଷ୍ଣୁ ହେଉଛନ୍ତି ପ୍ରଭୁ ଶ୍ରୀକୃଷ୍ଣଙ୍କ ଅନ୍ୟ ଏକ ଅବତାର । ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଭଗବାନ ବିଷ୍ଣଙ୍କୁ ବୃଷ ରାଶି ପ୍ରିୟ ହୋଇଥାଏ । ତେଣୁ ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ଭଗବାନ କୃଷ୍ଣଙ୍କର ବିଶେଷ କୃପା ରହିଥାଏ । ତେଣୁ ଏହି ରାଶିର ବ୍ୟକ୍ତିମାନେ ଭଗବାନ ଶ୍ରୀ କୃଷ୍ଣଙ୍କ ପୂଜା ଅର୍ଚ୍ଚନା କରିଲେ ତାଙ୍କ ଭାଗ୍ୟରେ ଥିବା ଦୁଃଖ କଷ୍ଟ ଦୂର ହେବା ସହ ସେମାନେ ଭାଗ୍ୟଶାଳୀ ମଧ୍ୟ ହୋଇପାରିବେ ।

କର୍କଟ: ବୃଷ ରାଶି ବ୍ୟତୀତ କର୍କଟ ରାଶି ଉପରେ ମଧ୍ୟ ପ୍ରଭୁ କୃଷ୍ଣଙ୍କର କୃପା ଦୃଷ୍ଟି ରହିଥାଏ । ତେଣୁ ଏହି ରାଶିର ବ୍ୟକ୍ତିମାନେ ଭଗବାନ ଶ୍ରୀକୃଷ୍ଣଙ୍କ କୃପାରୁ ସବୁ କାର୍ଯ୍ୟରେ ସଫଳତା ପାଇଥାନ୍ତି । ଏଥିସହିତ ଜୀବନରେ ସର୍ବଦାସୁଖ ସମୃଦ୍ଧି ଆସିଥାଏ । ତେବେ ପ୍ରଭୁଙ୍କ ବିଶେଷ କୃପା କାରଣରୁ କର୍କଟ ରାଶିର ବ୍ୟକ୍ତିମାନଙ୍କର ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତି ହୋଇଥାଏ ।

ସିଂହ: ଶ୍ରୀକୃଷ୍ଣଙ୍କର ସିଂହ ରାଶି ଅତି ପ୍ରିୟ ହୋଇଥାଏ । ଏହି କାରଣରୁ ଏହି ରାଶିର ବ୍ୟକ୍ତିମାନେ ସଚ୍ଚୋଟ ଓ ପରିଶ୍ରମି ହୋଇଥାନ୍ତି । ଏଥି ସହିତ ସେମାନଙ୍କ ପରିଶ୍ରମର ଫଳ ମଧ୍ୟ ସେମାନେ ପାଇଥାନ୍ତି । ତେଣୁ ଏହି ରାଶିର ବ୍ୟକ୍ତିମାନେ ଶ୍ରୀକୃଷ୍ଣ ଏବଂ ରାଧାରାଣୀଙ୍କ ପୂଜା ଅର୍ଚ୍ଚନା ସର୍ବଦା କରନ୍ତୁ ।

ତୁଳା: ତୁଳା ରାଶିର ବ୍ୟକ୍ତିମାନଙ୍କ ଉପରେ ଭଗବାନ ଶ୍ରୀ କୃଷ୍ଣଙ୍କର କୃପା ରହିଥାଏ । ଭଗବାନ ଶ୍ରୀ କୃଷ୍ଣଙ୍କ ଆର୍ଶିବାଦ କାରଣରୁ ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ସର୍ବଦା ସୁଖ ଶାନ୍ତି ଭରି ରହିଥାଏ । ତେଣୁ ଏହି ରାଶିର ବ୍ୟକ୍ତିମାନେ ପ୍ରତ୍ୟେକ ଦିନ ପ୍ରଭୁ ଶ୍ରୀକୃଷ୍ଣ ନାମ ଜପ କରିବା ଉଚିତ୍ ।

Get real time updates directly on you device, subscribe now.