ଏୟାର ଇଣ୍ଡିଆ କର୍ମଚାରୀଙ୍କର ବଢିବ ସାଲାରୀ: ଏହି ମାସରୁ ଲାଗୁ ହେବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଭାର ଏବେ ନିଜ ହାତକୁ ନେଇଛଇ ଟାଟା ଗ୍ରୁପ । ଏହାପରେ କମ୍ପାନୀର ପୁନରୁଦ୍ଧାର ପାଇଁ ଚେଷ୍ଟା ଜାରି ରଖିଛି ଟାଟା । ତେବେ ଏହା ମଧ୍ୟରେ ପୁଣି ଥରେ କର୍ମଚାରୀଙ୍କ ଦରମା ବୃଦ୍ଧି କରାଯିବ ବୋଲି ସୂଚନା ମିଳିଛି । କରୋନା ଯୋଗୁଁ କର୍ମଚାରୀଙ୍କର କଟୁଥିବା ଦରମା ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ବନ୍ଦ ହେବ ବୋଲି ଜାଣିବାକୁ ମିଳିଛି । ଅର୍ଥାତ ଏବେ କର୍ମଚାରୀମାନଙ୍କୁ ମହାମାରୀ ପୂର୍ବରୁ ମିଳୁଥିବା ବେତନ ଅନୁସାରେ ଦରମା ମିଳିବ ।

ଚଳିତବର୍ଷ ଟାଟା ଏୟାର ଇଣ୍ଡିଆର କର୍ମଚାରୀମାନଙ୍କ ବେତନ ଏବଂ ଖାଦ୍ୟପେୟ ବ୍ୟବସ୍ଥାରେ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଛି । ଆସନ୍ତା ୧ ତାରିଖରୁ ସମ୍ପୂର୍ଣ୍ଣ ବେତନ ମିଳିବା ନେଇ କର୍ମଚାରୀମାନଙ୍କୁ ସୂଚନା ଦେଇଛନ୍ତି ଏୟାର ଇଣ୍ଡିଆର ସିଇଓ ଏବଂ ନିର୍ଦ୍ଦେଶକ କ୍ୟାମ୍ପବେଲ ବିଲସନ । ତେବେ କରୋନା ମହାମାରୀ ଏବଂ ଲକଡାଉନ ଯୋଗୁଁ ଏୟାରଲାଇନର ପରିସ୍ତିତି ସମ୍ପୂର୍ଣ୍ଣ ମାନ୍ଦବସ୍ତା ଦେଇ ଗତି କରୁଥିଲା । ଯେଉଁଥି ପାଇଁ ଏଭଳି ଏକ ନିଷ୍ପତ୍ତି ନେଇଥିଲା କମ୍ପାନୀ ।

ଜୁଲାଇର ପ୍ରଥମ ସପ୍ତାହରେ କମ୍ପାନୀ କ୍ରୁ ମେମ୍ବରମାନଙ୍କର ଓପନ ହାୟାରିଂ କରିଥିଲା । ଏଥିରେ ଭାଗ ନେବା ପାଇଁ ଇଣ୍ଡିଗୋ ସମେତ ଅନ୍ୟ ଏୟାରଲାଇନ୍ସର କର୍ମଚାରୀମାନେ ମଧ୍ୟ ପହଞ୍ଚିଥିଲେ । ଏହାବ୍ୟତୀତ କମ୍ପାନୀ ଗତ ମେ’ରେ କର୍ମଚାରୀମାନଙ୍କ ପାଇଁ ମେଡିକାଲ ଇନ୍ସୁରାନ୍ସ ସୁବିଧା ଦେଇଛି । ମେ ୧୫ ତାରିଖରୁ ମିଳୁଥିବା ଇନ୍ସୁରାନ୍ସ କର୍ମଚାରୀମାନଙ୍କ ପାଇଁ ୭.୫ ଲକ୍ଷ ଟଙ୍କାର ବୀମାଭୁକ୍ତ ରାଶି ଉପଲବ୍ଧ ହୋଇଛି ।