ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଚତୁର୍ଥୀରାତିରେ ପତି ପତ୍ନୀଙ୍କୁ ନେଇ ଏକ ଏଭଳି ଯୁକ୍ତିତର୍କ ହୋଇଛି । ଆଉ ଦେଖୁ ଦେଖୁ ବିବାଦ ଏତେ ବଢ଼ିଯାଇଥିଲ ଯେ ଦୁହିଁଙ୍କ ମଧ୍ୟରେ ମାରପିଟ୍ ହୋଇଯାଇଥିଲା । ଏହାପରେ ପରିଜନ ମାରପିଟ୍ ର ଶବ୍ଦ ଶୁଣି ସେମାନଙ୍କୁ ଅଟକାଇବାକୁ ଆସିଥିଲେ । ପ୍ରକୃତରେ ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଷ୍ଟୋରୀ ବେଶ୍ ଭାଇରାଲ ହେଉଛି । ମହିଳା ନିଜ ଚତୁର୍ଥୀରାତିର ଏକ ଏଭଳି କାହାଣୀ ଶୁଣାଇଥିଲେ ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ମହିଳା ଜଣକ କହିଥିଲେ ଯେ ତାଙ୍କ ସ୍ୱାମୀ ତାଙ୍କୁ ଚତୁର୍ଥୀ ରାତିରେ ନିଜ ଗାର୍ଲଫ୍ରେଣ୍ଡଙ୍କ ଫଟୋକୁ ଦେଖାଇଥିଲେ । ଏବଂ କହିଥିଲେ ଯେ ହୁଏତ ବିବାହ ସେ ତାଙ୍କ ସହ କରିଛନ୍ତି କିନ୍ତୁ ସେ ପତ୍ନୀ ବୋଲି ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ମାନୁଛନ୍ତି । ଯାହାପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏମିତିକି ଉଭୟଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ଯାହାପରେ ପରିବାର ଲୋକଙ୍କ ହସ୍ତକ୍ଷେପପରେ ମାମଲା ଶାନ୍ତ ପଡ଼ିଥିଲା । କିନ୍ତୁ ପତିଙ୍କ ଏପରି ରୂପ ଦେଖିବା ପରେ ମହିଳା ଜଣକ ନିଜ ବାପ ଘରକୁ ଫେରିଆସିଥିଲେ ।
ଏହାର କିଛିଦିନପରେ ଦିଅରଙ୍କ ମୃତ୍ୟୁ ହୋଇଥିଲା । ପରେ ପୁଣି ଶାଶୁ ଘରକୁ ଯାଇଥିଲେମ ମହିଳା ଜଣକ କିନ୍ତୁ ପୁଣି ଥରେ ସ୍ୱାମୀଙ୍କ ମାଡ଼ଗାଳି ସହିବାକୁ ପଡ଼ିଥିଲା । ଯାହାପରେ ମହିଳା ଜଣକ ମାମଲାର ସମାଧାନ କରିବା ପାଇଁ ପୋଲିସ ଡକାଇଥିଲେ ଏବଂ ପୋଲିସର ବୁଝାମଣା ପରେ ମହିଳା ଜଣକ ପୁଣିଥରେ ବାପଘରକୁ ଫେରିଥିଲେ ।