fbpx
BSKY SKY
BSKY SKY

ପୃଥିବୀ ବ୍ୟତୀତ ଏହି ଦୁଇଟି ଗ୍ରହରେ ବଞ୍ଚିି ପାରିବେ ମଣିଷ: ବୈଜ୍ଞାନିକମାନଙ୍କ ଦାବୀ!

BSKY

ନୂଆଦିଲ୍ଲୀ: ଆଜିକାଲିର ଆଧୁନିକ ଯୁଗରେ ବୈଜ୍ଞନିକମାନେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ନୂଆ ଘଟଣାର ତଥ୍ୟ ସଂଗ୍ରହ ସହ ତାହା ଉପରେ ଅଧିକ ରିସର୍ଚ୍ଚ କରିଥାନ୍ତି । ତେବେ ଏହାରି ମଧ୍ୟରେ ବୈଜ୍ଞାନିକମାନେ ବର୍ତ୍ତମାନ ସୌର ମଣ୍ଡଳ ବାହାରେ ୨ଟି ଗ୍ରହ ଖୋଜି ପାଇଛନ୍ତି । ସେମାନେ ଦାବି କରିଛନ୍ତି ଯେ ଏହି ୨ଟି ଗ୍ରହରେ ମଣିଷ ବଞ୍ଚି ରହିବାର ଅନେକ ସମ୍ଭାବନା ରହିଛି ।

ବୈଜ୍ଞାନିକମାନେ ଅନେକ ଦିନ ଧରି ଏହି ଦିଗରେ ରିସର୍ଚ୍ଚ କରୁଥିବା ବେଳେ ବର୍ତ୍ତମାନ ତାଙ୍କ ଅପେକ୍ଷାର ଅନ୍ତ ଘଟିଛି । ସେମାନେ ପୃଥିବୀ ବ୍ୟତୀତ ଅନ୍ୟ ଏପରି ୨ଟି ଗ୍ରହ ଖୋଜି ପାଇଛନ୍ତି ଯେଉଁଠାରେ ମଣିଷ ସଭ୍ୟତାକୁ ସୃଷ୍ଟି କରିହେବ । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ସେମାନେ ଖୋଜିଥିବା ଦୁଇଟି ଗ୍ରହରେ ମନୁଷ୍ୟମାନେ ବଞ୍ଚି ରହିବାର ଅନେକ ସମ୍ଭାବନା ରହିଛି । ତେବେ ୨ ଟି ଗ୍ରହ ଆମ ସୌର ମଣ୍ଡଳ ବାହାରେ ଅନ୍ୟ ଏକ ତାରାର ଚତୁର୍ପାଶ୍ୱରେ ପରିକ୍ରମା କରିଥାନ୍ତି ।  ବର୍ତ୍ତମାନ ଅସନ୍ତୁ ଜାଣିବା ଏହି ୨ଟି ଗ୍ରହ କିଏ ଯେଉଁଥିରେ ମନୁଷ୍ୟମାନେ ଜୀବିତ ରହିପାରିବେ ବୋଲି ବୈଜ୍ଞାନିକ ମାନେ ଦାବି କରିଛନ୍ତି ।

ଜନବସତିର ସମ୍ଭାବନା ଥିବା ଦୁଇଟି ଗ୍ରହ:

ବୈଜ୍ଞାନିକମାନେ ଖାଜି ପାଇଥିବା ଏହି ଦୁଇଟି ଗ୍ରହ ଆମଠାରୁ ପାଖାପାଖି ୧୦୦ ଆଲୋକ ବର୍ଷ ଦୂରରେ ରହିଛନ୍ତି । ତେବେ ବୈଜ୍ଞାନିକମାନଙ୍କର ଏହି ଅନୁସନ୍ଧାନରେ ଜ୍ୟୋତିର୍ବିଜ୍ଞାନୀ ଲେଟିଆ ଡେଲରେଜ୍ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ଏହି ଅନୁସନ୍ଧାନରେ ଦୁନିଆର ବିଭିନ୍ନ ସ୍ଥାନରୁ ଅନେକ ବୈଜ୍ଞାନିକମାନେ ସାମିଲ ହୋଇଥିଲେ । ତେବେ ସେ ଖାଜିପାଇଥିବା ଏହି ଦୁଇଟି ଗ୍ରହମାନଙ୍କ ମଧ୍ୟରୁ ଗୋଟିଏ ଗ୍ରହକୁ ଟ୍ରାଞ୍ଜଟିଙ୍ଗ ଏକ୍ସପ୍ଲାନେଟ୍ ସର୍ଭେ ସାଟେଲାଇଟ୍ (TESS – Transiting Exoplanet Survey Satellite) ସହାୟତାରେ ଖୋଜି ପାଇଥିବାଳେ , ତାହାର ନାମ  LP 890-9b ଏବଂ ଦ୍ୱିତୀୟ ଗ୍ରହକୁ ପ୍ରଥମ ଗ୍ରହ ସାହାଯ୍ୟରେ ଖୋଜାଯାଇଛି । ଯାହାର ନାମ ହେଉଛି LP 890-9c । ତେବେ କୁହାଯାଉଛି ଯେ ଦ୍ୱିତୀୟ ଗ୍ରହ ପୃଥିବୀଠାରୁ ପ୍ରାୟ ୪୦ ଗୁଣ ବଡ ଅଟେ । ଏଥିସହିତ, ପ୍ରଥମ ଗ୍ରହ ପୃଥିବୀଠାରୁ ପ୍ରାୟ ତିନି ଗୁଣ ବଡ ଅଟେ । ତେବେ ଏହି ଗ୍ରହର ଅନୁସନ୍ଧାନ ପାଇଁ SPECULOOS ଟେଲିସ୍କୋପ୍ ମଧ୍ୟ ବ୍ୟବହାର କରାଯାଇଥିଲା ।

ବୈଜ୍ଞାନିକମାନେ କାହିଁ ଦେଖିଲେ ଜୀବନର ସମ୍ଭାବନା: ଜ୍ଞାନିକମାନଙ୍କ କହିବା ଅନୁଯାୟୀ ଏହି ଦୁଇଟି ଗ୍ରହ ଯେଉଁ ତାରାର ଚତୁପାଶ୍ୱର୍ରେ ପରିକ୍ରମା କରୁଛନ୍ତି ତାର ତାପମାତ୍ରା ସୂର୍ଯ୍ୟଙ୍କ ତାପମାତ୍ରାର ଅଧା ଅଟେ। ତେଣୁ ଏହି ଦୁଇଟି ଗ୍ରହରେ ଜୀବନର ସମ୍ଭାବନା ଥାଇପାରେ ଏବଂ ସେଠାରେ ବାୟୁମଣ୍ଡଳର ବିକାଶ ମଣିଷମାନଙ୍କ ପାଇଁ ସହଜ ଅଟେ ବୋଲି ବୈଜ୍ଞାନିକମାନେ ଆଶା କରୁଛନ୍ତି ।

Get real time updates directly on you device, subscribe now.