fbpx

ଦଳକୁ ମିଳିଲେ ନୂଆ କୋଚ୍: ଆଗାମୀ ସିଜନରୁ ଚମ୍ପିଆନ ମୁମ୍ବାଇକୁ ସମ୍ଭାଳିବେ ମାର୍କ ବାଉଚର

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ସବୁଠୁ ସଫଳ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସକୁ ମିଳିଲେ ନୂଆ କୋଚ୍ । ଆଗାମୀ ୨୦୨୩ ସିଜନରୁ ଦାୟିତ୍ୱ ଗ୍ରହଣ କରିବେ ପୂର୍ବତନ ଷ୍ଟାର କ୍ରିକେଟର । ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ମାର୍କ ବାଉଚରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ନୂଆ କୋଚ ଭାବେ ଦାୟିତ୍ୱ ଦିଆଯାଇଛି । ତେବେ ଏହି ପଦରେ ଥିବା ମାହେଲା ଜୟବର୍ଦ୍ଦନେଙ୍କୁ ରିପ୍ଲେସ କରିଛନ୍ତି ମାର୍କ ବାଉଚର ।

ଦଳରେ ମାହେଲା ଜୟବର୍ଦ୍ଧନେଙ୍କ ଦାୟିତ୍ୱ କୋଚ ପଦବୀରୁ ହଟିଯାଇଛି ସତ । କିନ୍ତୁ ତାଙ୍କ ଉପରେ ଏକ ବଡ ଦାୟିତ୍ୱ ଲଦି ଦେଇଛି ମୁମ୍ବାଇ ପଲଟନ । ଫ୍ରାଞ୍ଚାଇଜି ତାଙ୍କୁ ଏବେ କୋଚ ପଦବୀରୁ ହଟାଇ ଗ୍ଲୋବାଲ ହେଡ ଦାୟିତ୍ୱରେ ନିୟୋଜିତ କରିଛି । ଆଇପିଏଲ ବ୍ୟତୀତ ମୁମ୍ବାଇ ଫ୍ରାଞ୍ଚାଇଜି ନିକଟରେ ବିଦେଶୀ ଲିଗର ମଧ୍ୟ ୨ଟି ଟିମ ରହିଛି । MI ଅମୀରାତ ଏବଂ MI କେପଟାଉନ ନାମରେ ଦୁଇଟି ଟିମରେ ବିଦେଶୀ ଲିଗ ଖେଳିବ ଏହି ପ୍ରାଞ୍ଚାଇଜି । ତେବେ ସମସ୍ତ ଲିଗ ଟୁର୍ଣ୍ଣାମେଣ୍ଟରେ ଗ୍ଲୋବାଲ ହେଡ ପଦ ସମ୍ଭାଳିବେ ପୂର୍ବତନ କୋଚ ମାହେଲା ଜୟବର୍ଦ୍ଦନେ । କିନ୍ତୁ କୋଚ ପଦବୀରେ ତିନି ଜଣ କୋଚ ଦାୟିତ୍ୱରେ ରହିବେ ।

ଏହା ପୂର୍ବରୁ ମାର୍କ ବାଉଚର ଆଇପିଏଲରେ କୋଚିଂ କରି ସାରିଥିବା ବେଳେ ଏବେ ସାଉଥ ଆଫ୍ରିକାର ମୁଖ୍ୟ କୋଚ ପଦବୀ ରହିଛନ୍ତି । ତେବେ ଆସନ୍ତା ଟି-୨୦ ବିଶ୍ୱକପ ପରେ ଏହି ପଦବୀରୁ ସେ ଇସ୍ତଫା ଦେବାକୁୁ ଯାଉଛନ୍ତି । ଏହାବ୍ୟତୀତ ସେ ଘରୋଇ ଦଳର କୋଚ ପଦରେ ମଧ୍ୟ ରହି ସାରିଛନ୍ତି ।

Get real time updates directly on you device, subscribe now.