fbpx

ପାଠପଢା ପାଇଁ ଗଲା ଜୀବନ: ଭାଇକୁ ପିଟି ପିଟି ହତ୍ୟା କଲା ଭାଇ

ଭୁବନେଶ୍ୱର: ଆଜି କାଲି ରାଜ୍ୟ ତଥା ଦେଶରେ ହତ୍ୟା ଆତ୍ମହତ୍ୟା ଆଦି ମାମଲା ବଢିବାର ଲାଗିଛି । କିଏ ପ୍ରେମ ବ୍ୟାପାରକୁ ନେଇ ଆତ୍ମ ହତ୍ୟା କରୁଛି ତ ଆଉ କିଏ ପାରିବାରିକ କଳକୁ ନେଇ ହତ୍ୟା କରୁଛି । ତେବେ ଏହାରି ମଧ୍ୟରେ ରାଜ୍ୟ ରାଜଧାନୀରେ ଘଟିଛି ଏକ ଅଭାବନୀୟ ଘଟଣା । ପାଠ ପଢା ପୁଣି ପାଇଁ ଯାଇଛି ଆଉ ଏକ ଜୀବନ । ଏଥର କିନ୍ତୁ ଆତ୍ମହତ୍ୟା ନୁହେଁ ବରଂ ହୋଇଛି ହତ୍ୟା । ସେ ବି ପୁଣି ସାନ ଭାଇକୁ ହତ୍ୟା କରିଛି ବଡ ଭାଇ ।

ତେବେ ଏଭଳି ଏକ ଅଭାବନୀୟ ଘଟଣା ନୟାପଲ୍ଲୀ ଥାନା ନୂଆସାହି ଅଞ୍ଚଳରେ ଦେଖିବାକୁ ମିଳିଛି । ସାନ ଭାଇକୁ ପାଠ ପଢିବାକୁ ଦାଗିଦ କରି ବଡଭାଇ ନିସ୍ତୁକ ମାଡ ମାରିଥିଲା । ଯାହାଫଳରେ ଘଟଣା ସ୍ଥଳରେ ହିଁ ସାନ ଭାଇର ମୃତ୍ୟୁ ହୋଇଥିଲା । ତେବେ ସାନ ଭାଇର ମୃତ୍ୟୁ ପରେ ବଡ ଭାଇ ନାଁ ରେ ହତ୍ୟା ମାମଲା ରୁଜୁ ହୋଇଛି । ଏନେଇ MBA ପଢୁଆ ଭାଇକୁ ଗିରଫ କରୁଛି ନୟାପଲ୍ଲୀ ଥାନା ପୋଲିସ । ୩୦୨ ଦଫାରେ ଗିରଫ କରିଛି ପୋଲିସ ।

Get real time updates directly on you device, subscribe now.