fbpx
BJD
BJD SKY
BJD SKY

କୋଲକାତା ଦୁର୍ଗା ପେଣ୍ଡାଲରେ ମହିଷାସୁର ଜାଗାରେ ମହାତ୍ମା ଗାନ୍ଧୀ, ବଢିଲା ବିବାଦ

BJD

କୋଲକାତା: ସମଗ୍ର ଦେଶରେ ବେଶ ଆନନ୍ଦ ଉଲ୍ଲାସର ସହ ଦୁର୍ଗାପୂଜା ପାଳନ କରାଯାଉଛି। ଏହା ମଧ୍ୟରେ କୋଲକାତାରେ ଦୁର୍ଗାପୂଜାକୁ ନେଇ ବଡ ବିବାଦ ସୃଷ୍ଟି ହୋଇଛି। ସହରର ଏକ ପେଣ୍ଡାଲରେ ମହିଷାସୁର ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ପରି ଦେଖାଯାଉଥିବା ଏକ ପ୍ରତୀମାକୁ ରଖାଯିବା ନେଇ ବିବାଦ ଦେଖା ଦେଇଛି। ଅଖିଳ ଭାରତୀୟ ହିନ୍ଦୁ ମହାସଭା ଦ୍ଵାରା ଆୟୋଜିତ ଦୁର୍ଗା ପୂଜା ପଣ୍ଡାଲରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ବିବାଦ ସେହି ସମୟରେ ଉଠିଛି ଯେତେବେଳେ ପୂରା ଦେଶ ଗାନ୍ଧୀ ଜୟନ୍ତୀ ପାଳନ କରୁଥିଲା।

ମାମଲାରେ ଉତ୍ତର ୨୪ ପ୍ରଗଣାର ଟିଟାଗଡ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ ନିର୍ଦ୍ଦେଶରେ ଅଖିଳ ଭାରତୀୟ ହିନ୍ଦୁ ମହାସଭା ମୂର୍ତ୍ତି ପରିବର୍ତ୍ତନ କରିଛି। କେବଳ ଏତିକି ନୁହେଁ ହିନ୍ଦୁ ମହାସଭାର ଅଧ୍ୟକ୍ଷ ଚନ୍ଦ୍ରଚୂଡ ଗୋସ୍ଵାମୀ କହିଛନ୍ତି, ଆମେ ଗାନ୍ଧୀଙ୍କୁ ବାସ୍ତବରେ ରାକ୍ଷସ ଭାବେ ଦେଖିଥାଉ। ଏଥିପାଇଁ ଆମେ ମହିଷାସୁର ଜାଗାରେ ଏହି ମୂର୍ତ୍ତି ରଖିଥିଲୁ। ଗାନ୍ଧୀ ଜୀଙ୍କ ଚେହେରା ଲଗାଇ ଆପଣ କେଉଁ ସନ୍ଦେଶ ଦେବାକୁ ଚାହାନ୍ତି ପ୍ରଶ୍ନର ଉତ୍ତରରେ ଚନ୍ଦ୍ରଚୂଡ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ଗାନ୍ଧୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ଆମେ ଚାହୁଁଛୁ ଗାନ୍ଧୀଙ୍କୁ ପ୍ରତିଟି ସ୍ଥାନରୁ ହଟାଇ ଦିଆଯାଉ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଅନୟ ସ୍ଵାଧୀନତା ସଂଗ୍ରାମୀଙ୍କ ନାଁକୁ ଆଗରେ ରଖାଯାଉ। ଚନ୍ଦ୍ରଚୂଡ ଦାବି କରିଛନ୍ତି ଯେ, ଗୃହ ମନ୍ତ୍ରଣାଳୟର ଚାପରେ ହିଁ ଆମେ ଗାନ୍ଧୀଙ୍କ ମୂର୍ତ୍ତି ହଟାଇଛୁ।

ପୌରାଣିକ କଥା ଅନୁସାରେ ଜଗଦଜନନୀ ମା ଦୁର୍ଗା ମହିଷାସୁରଙ୍କ ବଧ କରିଥିଲେ। ଆରମ୍ଭରୁ ଜଣେ ସାମ୍ବାଦିକ ପେଣ୍ଡାଲର ଫଟୋ ସେୟାର କରିଥିଲେ। ପାର୍ବଣ ସମୟରେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ଯେମିତି ନହୁଏ ତାକୁ ଦୃଷ୍ଟିରେ ରଖି ପୋଲିସ ତାଙ୍କୁ ଉକ୍ତ ଫଟୋ ହଟାଇବାକୁ କହିଥିଲେ ବୋଲି ସାମ୍ବାଦିକ କହିଛନ୍ତି। ଚନ୍ଦ୍ରଚୂଡ ଗୋସ୍ଵାମୀଙ୍କ କହିବା କଥା ଆୟୋଜକଙ୍କ ଉଦ୍ଦେଶ୍ୟ କାହାରି ଭାବନାକୁ ଆଘାତ ଦେବା ନଥିଲା।

Get real time updates directly on you device, subscribe now.