fbpx

ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ ଦୁଖଦ ସଡ଼କ ଦୁର୍ଘଟଣା: ଘାଟିରୁ ଖସିଲା ଗାଡ଼ି, ୧୨ ମୃତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଏକ ଗାଡ଼ି ପାହାଡ଼ ଘଟିରୁ ଖସି ପଡିଥିବାର ଖବର ଆସିଛି। ଏହି ଦୁର୍ଘଟଣାରେ ୧୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖବର ପାଇ ସ୍ଥନୀୟ ପ୍ରଶାସନ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ କାର୍ଯ୍ୟ ଜାରି ରଖିଛନ୍ତି । କୁହାଯାଉଛି ଯେ, ଜୋଶିମଠ ନିକଟରେ ଗାଡ଼ିଟିର ସନ୍ତୁଳନ ହଠାତ୍ ବିଗିଡ଼ିଯିବାରୁ ଘାଟିରୁ ତଳକୁ ଖସି ପଡ଼ିଥିଲା ।

ମୃତକଙ୍କ ମଧ୍ୟରେ ୧୦ ଜଣ ପୁରୁଷ ଏବଂ ୨ ମହିଳା ଥିବା ସୂଚନା ମିଳିଛି । ଜିଲ୍ଲ ଅଧିକାରି ହିମାଂଶୁ ଖୁରାନା ଆଦି ମୁଖ୍ୟ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସାରିଛନ୍ତି । ଏପର୍ଯ୍ୟନ୍ତ ୧୨ ଜଣଙ୍କର ଶବ ଉଦ୍ଦାର ହୋଇଥିବା ବେଳେ ଅହୁରି କିଛି ଲୋକ ଫସି ରହିଥିବା କୁହାଯାଉଛି । କିଛୁି ଗୁରୁତରଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲକୁ ପଠାଯାଇଛି ।

Get real time updates directly on you device, subscribe now.