fbpx

ଦିଲ୍ଲୀ ଅବକାରୀ ମାମଲାରେ ସାମ୍ନାକୁ ଆସିଲା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କ ନାଁ, ୧୦୦ କୋଟି ଦେଇଥିବା ଅଭିଯୋଗ

ହାଇଦ୍ରାବାଦ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଏବେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଧାୟକ କେ କବିତାଙ୍କ ନାମ ସାମ୍ନାକୁ ଆସିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତଦନ୍ତକୁ ନେଇ କିଛି ଦସ୍ତାବିଜ ବୁଧବାର କୋର୍ଟରେ ଉପସ୍ଥାପନ କରିଛି। ଏଥିରେ କବିତାଙ୍କ ନାଁ ଉଲ୍ଲେଖ ରହିଛି।

ଏହି ମାମଲାରେ ଇଡି ବୁଧବାର ଗୁରୁଗ୍ରାମର ବ୍ୟବସାୟୀ ଅମିତ୍ ଆରୋରାଙ୍କୁ ଗିରଫ କରିଥିଲା। ତଦନ୍ତ ଅଧିକାରୀଙ୍କ ଅନୁଯାୟୀ, କବିତା ସାଉଥ ଗ୍ରୁପର ଏକ ପ୍ରମୁଖ ସଦସ୍ୟ ଥିଲେ। ସେ ଗିରଫ ଅନ୍ୟ ଏକ ବ୍ୟବସାୟୀ ବିଜୟ ନାୟରଙ୍କ ଜରିଆରେ ଦିଲ୍ଲୀର କ୍ଷମତାସୀନ ଆମ୍ ଆଦମୀ ପାର୍ଟିର ନେତାଙ୍କୁ ଅତି କମରେ ୧୦୦ କୋଟି ଟଙ୍କା ଦେଇଛନ୍ତି। ଅମିତ୍ ଆରୋରାଙ୍କୁ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନିକଟତର କୁହାଯାଏ।

ଅମିତ୍ ଆରୋରାଙ୍କ ବୟାନରୁ ଇଡି ଏହାର ଖୁଲାସା କରିଛି। କବିତା କିମ୍ବା ତାଙ୍କ ପାର୍ଟି ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ) ଏ ପର୍ଯ୍ୟନ୍ତ ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ନାହାନ୍ତି।  ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଛନ୍ତି ଯେ, କବିତା ୨୦୨୧ ଏବଂ ୨୦୨୨ରେ ଛଅ ଥର ଫୋନ ବଦଳାଇଛନ୍ତି। ସମସ୍ତ ଟଙ୍କା ଅମିତ୍ ଆରୋରା ସମେତ ଅନେକ ଲୋକଙ୍କ ଜରିଆରେ ପଠାଯାଇଥିଲା। ତଦନ୍ତକୁ ପ୍ରଭାବିତ କରିବା ପାଇଁ ବଡ ସ୍ତରରେ ଡିଜିଟାଲ୍ ପ୍ରମାଣକୁ ନଷ୍ଟ କରାଯାଇଥିବା ଇଡି କହିଛି।

ଇଡି କହିଛି, ଆଇଏମଇଆଇ ଅନୁସାରେ ମାମଲାରେ ସଂପୃକ୍ତ ଅତି କମରେ ୩୬ ଅଭିଯୁକ୍ତ କିମ୍ଵା ସନ୍ଦିଗ୍ଧ ୧୭୦ ଫୋନ ନଷ୍ଟ କରିଛନ୍ତି। ଇଡି ୧୭୦ରୁ କେବଳ ୧୭ ଫୋନ ରିକଭର କରି ପାରିଛି। କବିତାଙ୍କ ନାମ ଏହି ଦୁର୍ନୀତିରେ ସାମ୍ନାକୁ ଆସିବା ପରେ ଟିଆରଏସ ଦଳର ଅଡୁଆ ବଢିପାରେ।

Get real time updates directly on you device, subscribe now.