fbpx

ଶନି, ରାହୁ ଏବଂ କେତୁ ଦୋଷରୁ ମୁକ୍ତି କରିବ କଜଳ, ଏପରି କରନ୍ତୁ ପ୍ରତିକାର

ସାଧାରଣତଃ ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ ଆଖିରେ କଳା ଲଗାଇଥାନ୍ତି । ଏହି କାଜଲ ଏବଂ ସୁରମା ଆଖିରେ ଥିବା ଦୋଷକୁ ମଧ୍ୟ ଦୂର କରିଥାଏ । ଜ୍ୟେତିଷ ଶାସ୍ତ୍ର ଅନୁସାରେ କଳା ଏବଂ ସୁରମାର ସମ୍ବନ୍ଧ ଥାଏ ଶନି, ରାହୁ ଏବଂ କେତୁ ସହ । ତେଣୁ ଶନି, ରାହୁ ଏବଂ କେତୁକୁ ନେଇ ଯଦି ସମସ୍ୟା ଅଛି ତେବେ କଳା ଏବଂ ସୁରମା ଦ୍ୱାରା ଏହାର ପ୍ରତିକାର କରାଯାଇ ପାରିବ । ଏହାସହ କଜଳ ଦ୍ୱାରା ଅନେକ କିଛି ସଂକଟ ମଧ୍ୟ ଦୂର କରାଯାଇ ପାରିବ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପ୍ରତିଦିନ ହନୁମାନ ଚାଳିଶା ପାଠ କରିବା ସହ ଧଳା ରଙ୍ଗର କଜଳ ଆଖିରେ ଲଗାନ୍ତୁ । ଫଳରେ ଯେଉଁ ଜାତକର କୁଣ୍ଡଳୀରେ ମଙ୍ଗଳ ଗ୍ରହ ଦଶା ଚାଲିଥିବ, ତାହା ଠିକ ହୋଇଯିବ । ଏହାସହ ଶନି, ରାହୁ ଏବଂ କେତୁର ଦୋଷ ସମାପ୍ତ ହୋଇଯିବ ।

ମଙ୍ଗଳବାର ଏବଂ ଶନିବାର ଦିନ ଆଖିରେ କଳା ଲଗାଇବା ନିହାତି ଆବଶ୍ୟକ । ଜ୍ୟେତିଷ ଶାସ୍ତ୍ର ଅନୁସାରେ, କୁଣ୍ଡଳୀରେ ମଙ୍ଗଳ ଦଶା ଠିକ ନ ରହିଥିବାରୁ ଶନି, ରାହୁ ଏବଂ କେତୁର ଦୋଷ ବଢିଥାଏ । ଏହି ଦୋଷରୁ ମୁକ୍ତି ପାଇବା ପାଇଁ ୪୦ଦିନ ପର୍ଯ୍ୟନ୍ତ ପ୍ରତିଦିନ ଆଖିରେ କଳା ଲଗାନ୍ତୁ ।

ସୁରମା ଦ୍ୱାରା ଶନିଙ୍କ ସାଢେସାତିରୁ ମଧ୍ୟ ରକ୍ଷା ପାଇପାରିବେ । ଯେଉଁ ମଣିଷ ଉପରେ ଶନିଙ୍କ ସାଢେସାତି ଚାଲୁଛି ସେହି ମଣିଷ କଳା ରଙ୍ଗର ଏକ କାଜଲ ପ୍ୟାକେଟକୁ ୯ଥର ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଝାଡି ହୁଅନ୍ତୁ । ଏହାପରେ, ସେହି ପାତ୍ରକୁ ଏକ ଅଜ୍ଞାତ ସ୍ଥାନରେ ପୋତି ଦିଅନ୍ତୁ । ପୋତିବା ପରେ ଘରକୁ ଏକ ମୁହାଁ ହୋଇ ଚାଲିଯାଆନ୍ତୁ ଏବଂ ପଛକୁ ବୁଲି ଚାହାଁନ୍ତୁ ନାହିଁ । ଏହା କରିବା ଦ୍ୱାରା ଶନିଙ୍କ ସାଢେସାତିର ପ୍ରଭାବ କମ ହୋଇଥାଏ ।

ଚାକିରି କରିବା ପାଇଁ ଏହା କରନ୍ତୁ
୫ଗ୍ରାମ କିମ୍ବା ତା’ ଠାରୁ ଅଧିକ କାଜଲ ଆଣନ୍ତୁ । ଶନିବାର ଦିନ ଏକ ନିଛାଟିଆ ସ୍ଥାନକୁ ଯାଇ ଏହାକୁ ଭୂମିରେ ପୋତିଦେଇ ଆସନ୍ତୁ । ଏହା କରିବା ଦ୍ୱାରା ଚାକିରି ସମସ୍ୟା ମଧ୍ୟ ଦୂର ହୋଇଥାଏ ।

Get real time updates directly on you device, subscribe now.