fbpx

ଏହି ଆୟୁର୍ବେଦିକ ଡ୍ରିଙ୍କସ୍ ପିଇବା ଦ୍ୱାରା କମିବ କୋଲେଷ୍ଟ୍ରଲ; ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ଡ୍ରିଙ୍କସ୍

ରକ୍ତରେ ଖରାପ କୋଲେଷ୍ଟ୍ରଲ୍ର ବୃଦ୍ଧି ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ, କାରଣ ଏହା ଅନ୍ୟାନ୍ୟ ଗୁରୁତର ସମସ୍ୟାର କାରଣ ହୋଇପାରେ । ବିଶେଷକରି ହୃଦରୋଗର ଆଶଙ୍କା ଅଧିକ ବଢିପାରେ । ସାଧାରଣତଃ ଆମର ଖରାପ ଜୀବନଶୈଳୀ ଏବଂ ଖରାପ ଖାଦ୍ୟ ଅଭ୍ୟାସ ଏଥିପାଇଁ ଦାୟୀ । ଭାରତରେ ତେଲଯୁକ୍ତ ଖାଦ୍ୟ ଲୋକମାନେ ଅଧିକ ଖାଇଥାନ୍ତି । ଯେଉଁ କାରଣରୁ ଏହି ଗୁରୁତର ସମସ୍ୟା ସୃଷ୍ଟି ହୋଇଥାଏ । ଏହା ସହିତ, ଯେଉଁମାନଙ୍କର ଶାରୀରିକ କାର୍ଯ୍ୟକଳାପ କମ୍ ଥାଏ ସେମାନେ ମଧ୍ୟ ଉଚ୍ଚ କୋଲେଷ୍ଟ୍ରୋଲର ଶିକାର ହୋଇପାରନ୍ତି । ତେବେ ଏକ ସ୍ୱତନ୍ତ୍ର ଆୟୁର୍ବେଦିକ ଡ୍ରିଙ୍କସ୍ ପିଇବା ପରେ, ଆପଣଙ୍କ ବନ୍ଦ ହୋଇଯାଇଥିବା ଧମନୀ ଖୋଲିଯିବ ।

କୋଲେଷ୍ଟ୍ରଲ୍ର ବୃଦ୍ଧି ହେତୁ ଶିରାରେ ଚର୍ବି ଜମା ହୋଇଯାଏ ଏବଂ ଏହା ରକ୍ତ ପ୍ରବାହରେ ବାଧା ସୃଷ୍ଟି କରିଥାଏ । ଏହା ରକ୍ତ ଯୋଗାଣ ପାଇଁ ହୃଦୟ ଉପରେ ଅତିରିକ୍ତ ଚାପ ପକାଇଥାଏ ଏବଂ ଅନେକ ହୃଦୟ ସମସ୍ୟା ସୃଷ୍ଟି କରିପାରେ । କୋଲେଷ୍ଟ୍ରଲ ସ୍ତର ସନ୍ତୁଳିତ କି ନୁହେଁ ତାହା ଜାଣିବା ପାଇଁ କୋଲେଷ୍ଟ୍ରଲ ପରୀକ୍ଷା ଆବଶ୍ୟକ । ଥରେ ଆପଣଙ୍କର ଧମନୀ ବନ୍ଦ ହୋଇଗଲେ, ଆପଣଙ୍କର ଚିକିତ୍ସା ଆବଶ୍ୟକ ହୋଇପାରେ । ତେଣୁ ଆପଣ ନିଶ୍ଚିତ ଭାବରେ ହୃଦୟର ସ୍ୱାସ୍ଥ୍ୟ ରକ୍ଷା କରିବା ପାଇଁ ଏହି ପ୍ରଭାବଶାଳୀ ଘରୋଇ ଉପଚାରକୁ କରିବା ଜରୁରୀ ।
ଏକ ସ୍ୱତନ୍ତ୍ର ଆୟୁର୍ବେଦିକ ଡ୍ରିଙ୍କସ ମାଧ୍ୟମରେ ରକ୍ତରେ ଥିବା ମଇଳା କୋଲେଷ୍ଟ୍ରଲ ହ୍ରାସ କରାଯାଇପାରେ, ଯାହା ଧମନୀରେ ଥିବା ଅବରୋଧକୁ ଦୂର କରିବ । ଏହି ପ୍ରଭାବଶାଳୀ ଡ୍ରିଙ୍କସ୍ ପାଇଁ କେବଳ ୫ ଟି ସାମଗ୍ରୀ ଆବଶ୍ୟକ ।
ରସୁଣ ରସ – ୧ କପ୍ ।
ଅଦା ରସ – ୧ କପ୍ ।
ଆପଲ୍ ରସ – ୧ କପ୍ ।
ଲେମ୍ବୁ ରସ – ୧ କପ୍ ।
ମହୁ – ୩ କପ୍ ।

ଏହି ଡ୍ରିଙ୍କସ୍ କିପରି ପ୍ରସ୍ତୁତ କରିବେ
ଏହି ଡ୍ରିଙ୍କସ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଚାରୋଟି ରସକୁ ଏକ ପାତ୍ରରେ ରଖନ୍ତୁ ।
ଗ୍ୟାସ୍ ଅନ୍ କରନ୍ତୁ ଏବଂ ମିଶ୍ରଣକୁ କମ୍ ନିଆଁରେ ଗରମ କରନ୍ତୁ ।
ଯେତେବେଳେ ରସ ୩/୪ ରହିବ, ଗ୍ୟାସ ବନ୍ଦ କରି ଏକ ପାତ୍ରରେ ମିଶ୍ରଣ ବାହାର କରନ୍ତୁ ।
ଏହା ଥଣ୍ଡା ହେବା ପରେ ଏଥିରେ କଞ୍ଚା ମହୁ ମିଶାଇ ଭଲ ଭାବରେ ପ୍ରସ୍ତୁତ କରନ୍ତୁ ।
ଏହାକୁ ଏକ ଏୟାର ଟାଇଟ୍ ପାତ୍ର କିମ୍ବା ବୋତଲରେ ଭର୍ତ୍ତି କରି ଫ୍ରିଜରେ ରଖନ୍ତୁ ।
ପ୍ରତିଦିନ ସକାଳେ ଖାଲି ପେଟରେ ଏହି ମିଶ୍ରଣର ଏକ ଚାମଚ ଖାଆନ୍ତୁ, କିଛି ଦିନ ମଧ୍ୟରେ କୋଲେଷ୍ଟ୍ରଲ କମିଯିବ ।

Get real time updates directly on you device, subscribe now.