fbpx

Video: ଶୋ ରୁମ ଟିଭିରେ କାର୍ଟୁନ ଲଗାଇ ଗରିବ କୁନି କୁନି ପିଲାମାନଙ୍କ ଓଠରେ ହସ ଫୁଟାଇଲେ ସେଲ୍ସମ୍ୟାନ

ଯେତେବେଳେ ଆପଣ ଏକ ଇଲେକ୍ଟ୍ରୋନିକ୍ ଶୋ’ରୁମକୁ ଯାଆନ୍ତି, ଆପଣ ନିଶ୍ଚିତ ଭାବରେ ଅନେକ ଟେଲିଭିଜନ୍ ସେଟ୍ ସେଠାରେ ଡେମୋ ପାଇଁ ଅନାବଶ୍ୟକ ଭାବରେ ଏକା ସାଙ୍ଗରେ ଚାଲୁଥିବାର ଦେଖିଥିବେ । ଏଭଳି ପରିସ୍ଥିତିରେ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଏପରି ଏକ ଶୋ’ରୁମରେ କାମ କରୁଥିବା ଜଣେ ବ୍ୟକ୍ତି ପ୍ରତ୍ୟେକ ସନ୍ଧ୍ୟାରେ ସୋ ରୁମରେ ଲାଗିଥିବା ଟିଭିରେ କାର୍ଟୁନ ଲଗାଇଥାନ୍ତି ଯାହା ଗରିବ ପିଲାମାନେ ରାସ୍ତାରେ ବସି ଦେଖିବାକୁ ପସନ୍ଦ କରନ୍ତି ।

ଏହି ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି । ଜଣେ ସେଲ୍ସମ୍ୟାନଙ୍କର ଏହି ଭିଡିଓ ସାହାଯ୍ୟ କାରଣରୁ ଭାଇରାଲ୍ ହୋଇଛି, ଯେଉଁଥିରେ ଗରିବ ପିଲାମାନଙ୍କୁ ଟେଲିଭିଜନରେ ଦେଖିବା ପାଇଁ ସେମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ବାଛିବା ପାଇଁ ଅନୁମତି ଦିଆଯାଉଛି । ଏହି ଭିଡିଓ ଦେଖିବା ପରେ, ଆପଣ ମଧ୍ୟ ଏହି ସେଲ୍ସମ୍ୟାନଙ୍କର ମାନବିକତାକୁ ନେଇ ଖୁସି ହେବେ । ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଗରିବ ପିଲାମାନଙ୍କ ପାଇଁ ସେଲ୍ସମ୍ୟାନ ସେମାନଙ୍କର ପ୍ରିୟ ଚ୍ୟାନେଲ ଲଗାଉଥିବା ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି । ଏପରି କରି କୁନି କୁନି ପିଲାମାନଙ୍କ ମୁହଁରେ ହସ ଫୁଟାଇଛନ୍ତି ସେଲ୍ସମ୍ୟାନ ।

ଏହି ଭିଡିଓ ଦେଖିବା ପରେ ବିଶ୍ୱାସ କରାଯାଏ ଯେ ଯଦି ଆପଣ କାହା ପାଇଁ କିଛି ଭଲ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଟଙ୍କା ଖର୍ଚ୍ଚ କରିବା ଜରୁରୀ ନୁହେଁ । ଏପରି କିଛି ଛୋଟ କାମ ମଧ୍ୟ ଅଛି ଯାହା ଦ୍ୱାରା ଲୋକମାନଙ୍କ ମଧ୍ୟରେ ଖୁସି ବଣ୍ଟା ଯାଇ ପାରିବ । ଏହି ଭିଡିଓରେ ଦେଖାଯାଇଛି ଯେ ଏହି ସେଲ୍ସମ୍ୟାନ କିପରି ପ୍ରତିଦିନ ଏହି ଗରିବ ପିଲାମାନଙ୍କ ମୁହଁରେ ହସ ଆଣିଥାନ୍ତି ।

Get real time updates directly on you device, subscribe now.