fbpx

ମୃତ୍ୟୁ ପୂର୍ବରୁ ଆଖି ଆଗରେ ଝଲସି ଯାଏ ଏହି ଦୃଶ୍ୟ; ହୋଇଥାଏ ଅଜବ ଅନୁଭବ

ହିନ୍ଦୁ ଧର୍ମରେ ଅନେକ ପୁରାଣ ଶାସ୍ତ୍ର ରହିଛି । ଯେଉଁଥିରେ ବାସ୍ତୁ ଶାସ୍ତ୍ର ଜ୍ୟୋତିଷ ଶାସ୍ତ୍ର ଠାରୁ ଆରମ୍ଭ କରି ସ୍ୱପ୍ନ ଶାସ୍ତ୍ର ଅବଂ ଅନେକ ପୁରାଣ ମଧ୍ୟ ରହିଛି । ତେବେ ହିନ୍ଦୁ ଧର୍ମରେ ଆଉ ଏକ ପୁରାଣ ରହିଛି । ଯାହାର ନାମ ହେଉଛି ଗରୁଡ ପୁରାଣ । ତେବେ ଏହି ପୁରାଣରେ ବ୍ୟକ୍ତିର ଜନ୍ମ ଠାରୁ ଆରମ୍ଭ କରି ଏପରି ମୃତ୍ୟୁ ପର୍ଯ୍ୟନ୍ତ ଏପରି କି ମୃତ୍ୟୁପରେ ଆତ୍ମାର ଯାତ୍ରା ବିଷୟରେ ଅନେକ କିଛି କଥା କୁହାଯାଇଛି । ତେବେ ଏହି ଗରୁଡ ପୁରାଣରେ ଭଗବାନ ବିଷ୍ଣୁ ଜଣେ ବ୍ୟକ୍ତିର କାର୍ଯ୍ୟ, ମୃତ୍ୟୁ ପରେ ସେମାନଙ୍କର ଫଳ ଇତ୍ୟାଦି ବିଷୟରେ ବିସୃତ ଭାବରେ ବର୍ଣ୍ଣନା କରିଛନ୍ତି । ଏଥିସହିତ ମୃତ୍ୟୁ ସମୟରେ ଜଣେ ବ୍ୟକ୍ତିର ଆଖି ଆଗରେ କେଉଁସବୁ ଦୃଶ୍ୟ ଦେଖାଦେଇଥାଏ ଏବଂ ଏହାର କଣ କାରଣ ରହିଛି ସେ ବିାତେ ମଧ୍ୟ ଉଲ୍ଲେଖ ରହିଛି । ବର୍ତ୍ତମାନ ଆସନ୍ତୁ ଜାଣିବା ସେହିସବୁ କଥା ବିଷୟରେ…

ମୃତ୍ୟୁ ସମୟରେ ଦେଖାଯାଏ ଏହିସବୁ ଜିନିଷ: ଗରୁଡ ପୁରାଣଙ୍କ ଅନୁଯାୟୀ, ଜଣେ ବ୍ୟକ୍ତିର ମୃତ୍ୟୁ ପୂର୍ବରୁ ତା’ର ଦୃଷ୍ଟି ଶକ୍ତି କମିବା ଆରମ୍ଭ କରିଥାଏ। ଫଳରେ ସେମାନେ ତାଙ୍କ ଆଖପାଖ ଲୋକଙ୍କୁ ଦେଖିପାରନ୍ତି ନାହିଁ । ଏପରି କି ସେହି ବ୍ୟକ୍ତିର ମୁହଁ ଦର୍ପଣ, ପାଣି ଆଦିରେ ଦେଖାଯାଏ ନାହିଁ । ଯଦି ବି ତାଙ୍କ ମୁହଁ ଦର୍ପଣରେ ଦେଖାଯାଏ ତାହା ବିକୃତ ହୋଇ ଦେଖାଯାଏ । ତେବେ ମୃତ୍ୟୁ ପୂର୍ବରୁ ବ୍ୟକ୍ତିଙ୍କୁ ଯମରାଜ ଏବଂ ତାଙ୍କ ଦୂତମାନେ ଦେଖାଦେଇଥାନ୍ତି । ଯେଉଁମାନେ ଖରାପ କାର୍ଯ୍ୟ କରିଛନ୍ତି, ସେମାନେ ତାଙ୍କ ମୃତ୍ୟୁ ପୂର୍ବରୁ ସେହି ସମସ୍ତ ଖରାପ କାର୍ଯ୍ୟ ସେମାନଙ୍କ ଆଖି ଆଗରେ ଝଲସି ଉଠିଥାଏ ।ଯାହାକି ତାଙ୍କୁ ଖୁବ୍ ଭୟଭୀତ କରାଏ । ସେ ନିଜ ପାପ ପାଇଁ କ୍ଷମା ମାଗନ୍ତି ଏବଂ ସେମାନଙ୍କର ମୃତ୍ୟୁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇଥାଏ ।

ଯେଉଁମାନେ ଭଲ କାର୍ଯ୍ୟ କରନ୍ତି ସେମାନେ ଏହିସବୁ ଜିନିଶ ଦେଖନ୍ତି: ଗରୁଡ ପିରାଣରେ ଉଲ୍ଲେଖ ରହିଛି ଯେ ଯେଉଁବ୍ୟକ୍ତିମାନେ ସେମାନଙ୍କ ଜୀବନରେ ଭଲ କାର୍ୟ୍ୟ କରିଛନ୍ତି, ସେମାନେ ମୃତ୍ୟୁ ସମୟରେ ଏକ ଐଶ୍ୱରୀୟ ଆଲୋକ ଦେଖିଥାନ୍ତି । ଏହିପରି ଲୋକମାନେ ମୃତ୍ୟୁ ସମୟରେ ଆଦୌ କଷ୍ଟ ପାଆନ୍ତି ନାହିଁ, ବରଂ ସେମାନେ ନିଜ ଜୀବନକୁ ସହଜ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ତ୍ୟାଗ କରନ୍ତି । ଏତତ୍ ବ୍ୟତୀତ ଏହି ଲୋକମାନେ ମୃତ୍ୟୁପରେ ସିଧାସଳଖ ଭଗବାନଙ୍କ ଆଶ୍ରୟସ୍ଥଳରେ ସ୍ଥାନ ପାଇଥାନ୍ତି । ସେଥିପାଇଁ ଜଣେ ବ୍ୟକ୍ତି ମୃତ୍ୟୁ ପୂର୍ବରୁ ସଂଲଗ୍ନ ତ୍ୟାଗ କରିବା ଉଚିତ୍ । ଏତତ୍ ବ୍ୟତୀତ ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କ ଜୀବନରେ ଭଲ କାମ କରିବା ଉଚିତ୍ । କାଣର ବ୍ୟକ୍ତିର ଏହି କର୍ମ ହିଁ ସ୍ଥିର କରେ ଯେ ଜଣେ ବ୍ୟକ୍ତି ସ୍ୱର୍ଗ ପାଇବ ନା ନର୍କରେ ତାକୁ ଯନ୍ତ୍ରଣା ଭୋଗିବାକୁ ପଡିବ ।

Get real time updates directly on you device, subscribe now.