fbpx

ରେଲୱେରେ ଖାଲିପଡ଼ିଛି ୩ ଲକ୍ଷରୁ ଅଧିକ ପଦବୀ : ଶୀଘ୍ର ବାହାରିପାରେ ବଡ଼ ନିଯୁକ୍ତି

ନୂଆଦିଲ୍ଲୀ: ରେଳ ନିଯୁକ୍ତିକୁ ଅପେକ୍ଷା କରିଥିବା ପ୍ରାର୍ଥୀମାନଙ୍କ ପାଇଁ ଆସିଛି ଖୁସି ଖବର । ଉଲ୍ଲେଖନୀୟ କଥା ହେଉଛି, ରେଲୱେରେ ୨୦୧୯ ଠାରୁ କୌଣସି ବଡ଼ ନିଯୁକ୍ତି ହୋଇନାହିଁ । କିନ୍ତୁ ନିକଟରେ ଘଟଣାକ୍ରମରୁ ସୂଚନା ମିଳିଛି କି, ରେଳବାଇ ଶୀଘ୍ର ୧ ଲକ୍ଷରୁ ଅଧିକ ପଦବୀ ନିଯୁକ୍ତ କରିପାରେ ।

ତେବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ କହିଛନ୍ତି ଯେ, ବର୍ତ୍ତମାନ ରେଲୱେରେ ୩ ଲକ୍ଷରୁ ଅଧିକ ପଦବୀ ଖାଲି ଅଛି । ଏଥି ସହିତ ରେଳମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ଖୁବ ଶୀଘ୍ର ୧.୩ ଲକ୍ଷରୁ ଅଧିକ ପଦବୀ ପାଇଁ ନିଯୁକ୍ତି ବାହାରିବ ।

ଅନ୍ୟପଟରେ ଅନ୍ୟ ଏକ ଗଣମାଧ୍ୟମ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ମନ୍ତ୍ରଣାଳୟ ନିଯୁକ୍ତି ବୋର୍ଡରୁ ସମସ୍ତ ଜୋନ୍ ପାଇଁ ଖାଲି ପଦର ସବିଶେଷ ତଥ୍ୟ ମାଗିଛି । ଏଭଳି ପରିସ୍ଥିତିରେ ଚଳିତ ବର୍ଷ ମଧ୍ୟଭାଗରେ ରେଲୱେରେ ଏକ ବଡ଼ ନିଯୁକ୍ତି ହୋଇପାରେ ବୋଲି ଆକଳନ କରାଯାଉଛି । ଯାହା ମାଧ୍ୟମରେ ପ୍ରାୟ ୧.୫ ଲକ୍ଷ ପୋଷ୍ଟ ପୂରଣ ହୋଇପାରିବ ।

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ରେଲୱେରେ ପ୍ରାୟ ୧,୪୦,୦୦୦ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଯେଉଁଥିରେ ଗ୍ରୁପ୍ ଡି ବ୍ୟତୀତ ପାରାମେଡିକାଲ୍ ଏବଂ ଏନଟିପିସିର ପୋଷ୍ଟଗୁଡିକ ସାମିଲ କରାଯାଇଛି । ପରବର୍ତ୍ତୀ ନିଯୁକ୍ତିରେ ପ୍ରାର୍ଥୀମାନଙ୍କୁ ଗ୍ରୁପ୍ ଏ ଏବଂ ଗ୍ରୁପ୍ ବି ପଦବୀରେ ଖାଲି ସ୍ଥାନ ଦେଖିବାକୁ ମିଳିପାରେ ।

Get real time updates directly on you device, subscribe now.