fbpx

ଆଦାନୀ ସଂକଟର ପ୍ରଭାବ ବ୍ୟାଙ୍କ ଉପରେ ପଡ଼ିବ ନାହିଁ : ଶକ୍ତିକାନ୍ତ

ନୂଆଦିଲ୍ଲୀ : ଆଦାନୀ ଗ୍ରୁପ ସଂକଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଆଦାନୀ ସଂକଟର କୌଣସି ପ୍ରଭାବ ବ୍ୟାଙ୍କ ମାନଙ୍କ ଉପରେ ପଡିବ ନାହିଁ । ଭାରତର ବ୍ୟାଙ୍କ ବ୍ୟବସ୍ଥା ବିଶାଳ ଓ ସୁଦୃଢ, ଏପରି କିଛି ଘଟଣା ଦ୍ୱାରା ତାହା ପ୍ରଭାବିତ ହେବ ନାହିଁ ।

ବୁଧବାର ଦିନ ରିଜର୍ଭ ବ୍ୟାଙ୍କର ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଗଭର୍ଣ୍ଣର କହିଥିଲେ ଯେ ଆଜିର ସମୟରେ ଭାରତୀୟ ବ୍ୟାଙ୍କଗୁଡ଼ିକର ଆକାର, ସେମାନଙ୍କ କ୍ଷମତା ବହୁତ ଦୃଢ଼ । ସେମାନଙ୍କର ସାମର୍ଥ୍ୟ ଏପରି ଯେ ସେମାନେ ଏଭଳି ମାମଲାରେ ପ୍ରଭାବିତ ହେବେ ନାହିଁ ।

ବର୍ତ୍ତମାନ ପରିସ୍ଥିତିରେ ଆରବିଆଇ ଅଦାନି ଗ୍ରୁପ୍ କଂପାନିଗୁଡ଼ିକୁ ଦିଆଯାଇଥିବା ଋଣ ଉପରେ ଘରୋଇ ବ୍ୟାଙ୍କଗୁଡ଼ିକୁ କୌଣସି ଗାଇଡ୍ଲାଇନ୍ ଜାରି କରିବ କି ବୋଲି ତାଙ୍କୁ ପଚରାଯାଇଥିଲା । ଶ୍ରୀ ଦାସ କହିଛନ୍ତି ଯେ ଋଣ ଦେବା ସମୟରେ ବ୍ୟାଙ୍କଗୁଡ଼ିକ ସଂପୃକ୍ତ କମ୍ପାନିର ଭିତ୍ତିଭୂମି ଏବଂ ସମ୍ପୃକ୍ତ ପ୍ରକଳ୍ପପାଇଁ ନଗଦ ପ୍ରବାହ ସ୍ଥିତି ଉପରେ ନଜର ରଖନ୍ତି ।

ଋଣ କ୍ଷେତ୍ରରେ କଂପାନିଗୁଡ଼ିକର ବଜାର ପୁଞ୍ଜିକରଣ ସହ କୌଣସି ସମ୍ପର୍କ ନାହିଁ ବୋଲି ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି । ସମୟ କ୍ରମେ ବ୍ୟାଙ୍କଗୁଡ଼ିକର ମୂଲ୍ୟାୟନ ବ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ଘଟିଛି ।

Get real time updates directly on you device, subscribe now.