fbpx

୨୫ହଜାରରୁ ଅଧିକ ଦରମା ପାଉଥିବା କର୍ମଚାରୀଙ୍କ କଟାଯିବ ଦରମା, ଗୋ ସେବା ଉପରେ ବିଜେପି ମନ୍ତ୍ରୀଙ୍କ ନୂଆ ଫର୍ମୁଲା

ଭୋପାଲ: ଯେଉଁ ସରକାରୀ କର୍ମଚରୀଙ୍କ ଦରମା ୨୫ ହଜାରରୁ ଅଧିକ ତାଙ୍କ ଦରମାରୁ ଗୋସେବା ପାଇଁ କଟାଯିବା କଥା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ଶିବରାଜ ସରକାରର ଏକ ମନ୍ତ୍ରୀ ଗୋସେବାକୁ ନେଇ ଏକ ନୂଆ ଫର୍ମୁଲା ବାହାର କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ସରପଞ୍ଚ ପଦବୀ ଠାରୁ ନେଇ ସାଂସଦ ପଦବୀ ପର୍ଯ୍ୟନ୍ତ ନିର୍ବାଚନ ଲଢିବାର ଅଧିକାର କେବଳ ସେହି ଲୋକ ମାନଙ୍କୁ ଦିଆଯିବ ଯେଉଁମାନେ ଗାଈ ପାଳନ କରୁଛନ୍ତି । ନିର୍ବାଚନ ବର୍ଷରେ ହରଦୀପ ସିଂହ ଡଙ୍ଗ ହେଉଛନ୍ତି ଏକ ଭିନ୍ନ ଫର୍ମୁଲା ଦେଉଥିବା ମନ୍ତ୍ରୀ ।

ମନ୍ତ୍ରୀ ହରଦୀପ ସିଂହ ଡଙ୍ଗ ରବିବାର ଦିନ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ସେ ବିଧାନସଭାରେ କିଛି ପ୍ରସଙ୍ଗ ଉଠାଇ କିଛି ପ୍ରସ୍ତାବ ଆଗତ ପାଇଁ ଦାବି କରିଛନ୍ତି । ଗୋଶାଳ ଖୋଲିବା ଏବଂ ତାଙ୍କର ପାଳନ ପାଇଁ ସରକାରୀ କର୍ମଚାରୀଙ୍କ ଦରମା ପ୍ରତିମାସରେ କଟାଯିବ ଆବଶ୍ୟକ । ଏବଂ ନିର୍ବାଚନ ଲଢିବା ପାଇଁ ସେହି ପାର୍ଥୀଙ୍କୁ ଚୟନ କରାଯିବ ଯେଉଁମାନେ ଗାଈ ପାଳନ କରୁଥିବେ । ଯେଉଁ କୃଷକମାନେ ଗାଈ ପାଳନ କରୁଥିବେ ସେମାନଙ୍କୁ ହିଁ କେବଳ ଜମି କିଣା ବିକାର ଅଧିକାର ଦିଆଯିବାର କଥା ସେ ବିଧାନସଭାରେ ଉଠାଇଛନ୍ତି । ଡଙ୍ଗ ନିଜେ ଏକ ଗୋପାଳକ ଅଟନ୍ତି ।

ରତଲାମ ଜିଲ୍ଲାର ଜାବରା ତହସିଲ ପହାଡିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ କହିଛନ୍ତି ‘ ଗୋମାତାଙ୍କର ଜୟ ହେଉ କହିଲେ ଆମକୁ ଲାଗେ ସବୁ କାମ ସରିଗଲା । ଜୟ କହିବା ପରେ ଯଦି ଗୋମାତା ଶୋଷିଲା ଅଛି ତେବେ ତାଙ୍କୁ ପଚାରିବା ପାଇଁ କେହି ନାହାନ୍ତି । ମୁଁ ଗୋ ମାତାଙ୍କୁ ନେଇ ବିଧାନସଭାରେ ୩ଟି ପ୍ରସଙ୍ଗ ରଖିଥିଲି । ପ୍ରଥମ ପ୍ରସଙ୍ଗ ହେଉଛି ଗୋଶାଳା ଖୋଲାଯିବ । ଦ୍ୱିତୀୟ ନିବେଦନ ଯେତେ ଜଣ ସରକାରୀ କର୍ମଚାରୀ ଅଛନ୍ତି ସେମାନେ ୨୫ହଜାରରୁ ଅଧିକ ଦରମା ପାଉଥିଲେ ତାଙ୍କ ଠାରୁ ୫୦୦ ଟଙ୍କା ପ୍ରତିମାସରେ ଗୋଶାଳା ପାଇଁ ଦେବାକୁ ପଡିବ । ତୃତୀୟ ପ୍ରସଙ୍ଗ ଏହା ଥିଲା ଯେ, ସରପଞ୍ଚ ନିର୍ବାଚନ ହେଉ କି ସାଂସଦ ନିର୍ବାଚନ ହେଉ ଟିକେଟ ସେହି ମାନଙ୍କୁ ମିଳିବ ଯେଉଁମାନେ ଗାଈ ପାଳନ କରୁଥିବେ ନାହିଁ ତ ଅନ୍ୟମାନଙ୍କୁ ରିଜେକ୍ଟ କରିଦିଆଯିବ ।’

Get real time updates directly on you device, subscribe now.