fbpx

୩ ତାରିଖ ଯାଏ ବର୍ଷାରୁ ନାହିଁ ନିସ୍ତାର ,ଚାଷୀ କରିବେ କଣ ?

ଭୁବନେଶ୍ୱର:୨୮ ।୪(ଓଡିଶା ଭାସ୍କର): କାଳବୈଶାଖୀ ଏବଂ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତା ୩ ତାରିଖ ଯାଏ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ଘଡ଼ଘଡ଼ି ସହ ବର୍ଷା ଓ କରକାପାତ ହେବାର ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ବିଭିନ୍ନ ଫସଲର ସୁପରିଚାଳନା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଅଧିକ ବର୍ଷା ହେଲେ ବିଲରେ ଥିବା ଡାଳୁଅ ଧାନ, ମୁଗ ଓ ବିରି ଭଳି ଡାଲି ଜାତୀୟ ଫସଲ, ସୂର୍ଯ୍ୟ ମୁଖୀ ଓ ଚିନାବାଦାମ ଭଳି ତୈଳବୀଜ ଫସଲ, ବାଇଗଣ, ଲଙ୍କା, ଭେଣ୍ଡି, କଖାରୁ ଜାତୀୟ ପନିପରିବା ଓ ବିଭିନ୍ନ ଫୁଲଚାଷ ଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା କରନ୍ତୁ। ଡାଳୁଅ ଧାନ ଅମଳ ସାପେକ୍ଷ ହୋଇଥିଲେ ଅମଳ କରି ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ। ଜମିରେ ଥିବା ଅମଳ ଉପଯୋଗୀ ମୁଗ, ବିରି, ସୂର୍ଯ୍ୟ ମୁଖୀ ଓ ଚିନାବାଦାମ ଫସଲକୁ ଅମଳ କରି ଦିଅନ୍ତୁ। ନହେଲେ ଚିନାବାଦାମ ମଞ୍ଜି ଗଛରେ ଥାଇ ଗଜା ହୋଇଯିବାର ସମ୍ଭାବନା ରହିଛି।

Get real time updates directly on you device, subscribe now.