fbpx

ଚିଲୀରେ ଭୂମିକମ୍ପର ଝଟକା, ଆଫଗାନିସ୍ଥାନରେ ମଧ୍ୟ ଥରିଲା ଭୂଇଁ

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକା ଦେଶ ଚିଲୀରେ ଗୁରୁବାର ବିଳମ୍ବ ରାତ୍ରୀରେ ଭୂମିକମ୍ପ ଅନୁଭୂତ ହୋଇଛି । ଏହା ରିକ୍ଟର ସ୍କେଲରେ ୬.୨ ତୀବ୍ରତାର ରେକର୍ଡ କରାଯାଇଛି । ଏହାପରେ ଆଫଗାନିସ୍ଥାନରେ ମଧ୍ୟ ଭୁମିକମ୍ପ ଅନୁଭୂତ ହୋଇଥିବା କଥା ଜଣା ପଡିଛି ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ, ଚିଲୀରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ସେଠାରେ ତୀବ୍ରତା ୬.୨ ମପା ଯାଇଛି । ଏହାର କେନ୍ଦ୍ର ଚିଲୀର ରାଜଧାନୀ ସେଣ୍ଟିୟୋଗ ରୁ ଦକ୍ଷିଣ-ପଶ୍ଚିମରେ ୩୨୮ କିମି ଦୂର ବୋଲି କୁହାଯାଉଛି । ଚିଲୀରେ ଭୁକମ୍ପ ୩୦ ମାର୍ଚ୍ଚ ୧୧ଟା ୧୫ ସୁଧା ହୋଇଥିଲା । ଭୁମି ଭିତରେ ଏହାର କେନ୍ଦ୍ର ୧୩ କିମି ଥିଲା । ୨୩ ମାର୍ଚ୍ଚରେ ମଧ୍ୟ ଚିଲୀରେ ଭୂମିକମ୍ପ ଅନୁଭୁତ ହୋଇଥିଲା । ରିକ୍ଟର ସ୍କେଲରେ ତାର ତୀବ୍ରତା ୬.୩ ମପା ଯାଇଥିଲା ।

ଚିଲୀ ବ୍ୟତୀତ ଅଫଗାନିସ୍ତାନରେ ଭୁମିକମ୍ପ ଅନୁଭୁତ ହୋଇଛି । କାବୁଲ ପାଖରେ ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୪ ମପାଯାଇଛି । ଏହାର କେନ୍ଦ୍ର କାବୁଲର ଉତ୍ତର-ପୂର୍ବରେ ୧୮୯ କିମି ଦୂରରେ ହୋଇଥିଲା ଏବଂ ଏହାର ଗଭୀରତା ୧୫୨ କିମିରେ ଥିଲା । ଏହା ପୂର୍ବରୁ ମଧ୍ୟ ଆଫଗାନିସ୍ଥାନରେ ବୁଧବାର ଦିନ ଭୂକମ୍ପ ଅନୁଭୁତ ହୋଇଥିଲା । ଯାହାର ତୀବ୍ରତା ୪.୩ ଥିଲା । ଏହା କେନ୍ଦ୍ର କାବୁଲର ୮୫ କିମି ଦୂରରେ ଥିଲା ।

Get real time updates directly on you device, subscribe now.