fbpx

ଆକାଶରେ ଦୃଶ୍ୟମାନ ହେଲା ଏକ ବିରାଟକାୟ ଲାଲ ରଙ୍ଗର ବୃତ୍ତ: ୩୬୦ କିମି ବ୍ୟାସ, ହଠାତ୍ ଗାଏବ ହୋଇଗଲା କାହିଁକି

ନୂଆଦିଲ୍ଲୀ: ଅନେକ ସମୟରେ ଆକାଶରେ କିଛି ଚମକୁଥିବା ଦୃଶ୍ୟ, ଲାଇଟ୍ ଦେଖିବାକୁ ମିଳିଥାଏ । ତେବେ ନିକଟରେ ଏଭଳି ଏକ ଦୃଶ୍ୟକୁ ନେଇ ବେଶ ଚର୍ଚ୍ଚା ଜାରି ରହିଛି । ରାତିର ଅନ୍ଧକାରରେ ଅଚାନକ ଆକାଶରେ ଏକ ବିରାଟକାୟ ଲାଲ ରଙ୍ଗର ବୃତ୍ତ ଦେଖିବାକୁ ମିଳିଥିଲା । କେହି କିଛି ବୁଝିବା ପୂର୍ବରୁ ତାହା ହଠାତ୍ ଗାଏବ ହୋଇଯାଇଥିଲା । ମାତ୍ର କିଛି ସେକେଣ୍ଡ ପାଇଁ ଉକ୍ତ ବୃତ୍ତ ଆକାଶରେ ଦେଖାଯାଇଥିଲା ।

ସୂଚନା ମୁତାବକ, ଇଟାଲିର ଆକାଶରେ ୩୬୦ କିମି ବ୍ୟାସ ବିଶିଷ୍ଟ ଲାଲ ରଙ୍ଗର ଏକ ବିରାଟକାୟ ବୃତ୍ତ ଦେଖିବାକୁ ମିଳିଥିଲା । ଗତ ମାସ ୨୭ ତାରିଖ ରାତିରେ ଏହା ଘଟିଥିଲା । ମାତ୍ର କିଛି ସେକେଣ୍ଡ ପାଇଁ ତାହା ଦୃଶ୍ୟମାନ ହେବା ପରେ ଅଚାନକ ଗାଏବ ହୋଇଯାଇଥିଲା । ତେବେ କୌଣସି ଇଲେକ୍ଟ୍ରୋ ମ୍ୟାଗ୍ନେଟିକ କାରଣରୁ ତାହା ତିଆରି ହୋଇଥିଲା ବୋଲି କୁହାଯାଇଥିଲା । ଆଖପାଖ ଅଞ୍ଚଳରେ ସଂଘଟିତ ହେଉଥିବା କୌଣାସି ତୋଫାନ କାରଣରୁ ତାହା ଜେନେରେଟ ହୋଇଥିବା ଅନୁମାନ କରାଯାଇଥିଲା ।

ଖୁବ୍ ଚମକୁଥିବା ଉକ୍ତ ଲାଲ ରଙ୍ଗର ବୃତ୍ତ କିଛି ସେକେଣ୍ଡ ମଧ୍ୟରେ ଅଦୃଶ୍ୟ ହୋଇଯାଇଥିଲା । ତାହା କୌଣସି ଏଲିଅନ ଯାନ ବା ୟୁଏଫଓ ବୋଲି ମଧ୍ୟ ଲୋକମାନେ ଧରିନେଇଥିଲେ । ମାତ୍ର ଅଧିକ ସଂଖ୍ୟକ ଲୋକ ଏହାକୁ ଦେଖି ପାରିନଥିଲେ । ନେଚର ଫଟୋଗ୍ରାଫର ୱାଲଟର ବିନୋଟ୍ଟୋ ଏହି ଦୃଶ୍ୟକୁ ଫଟୋ ଲେନ୍ସରେ କଏଦ କରିବାରେ ସଫଳ ହୋଇଥିଲେ । ଉତ୍ତର ଇଟାଲିର ପୋସାନୋ ଟାଉନ ଉପରେ ଏହାକୁ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.