fbpx

ଭଲ ସମ୍ପର୍କକୁ ବରବାଦ କରିଦିଏ ଏହି ଅପେକ୍ଷା: ଭାଙ୍ଗିଯାଏ ବର୍ଷ ବର୍ଷର ରିଲେସନସିପ୍

ନୂଆଦିଲ୍ଲୀ: ସମ୍ପର୍କରେ ସବୁଠୁ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ବିଶ୍ୱାସ ଏବଂ ଭରସା । ଏହି ଦୁଇଟି କାରଣ ପାଇଁ କୌଣସି ବି ସମ୍ପର୍କ ବର୍ଷ ବର୍ଷ ଧରି ଖୁସିରେ ବିତିଯାଏ । କିନ୍ତୁ ଅନେକ ସମୟରେ ଭଲ ଭଲ ସମ୍ପର୍କ ଭିତରେ ଫାଟ ଦେଖିବାକୁ ମିଳିଥାଏ । ଏହା କିଛି ଲୋକଙ୍କ ପାଇଁ ସ୍ୱାଭାବିକ ହୋଇଥାଏ ଏବଂ ସେମାନେ ଏହି ସମ୍ପର୍କକୁ ଅତି ସହଜରେ ଭୁଲି ଯାଇପାରନ୍ତି । କିନ୍ତୁ ଅନ୍ୟ ପକ୍ଷରେ ଦ୍ୱିତୀୟ ବ୍ୟକ୍ତିଜଣକ ଏହି ସମ୍ପର୍କକୁ ଭୁଲି ନ ପାରି ଦୁଃଖରେ ଦିନ କାଟିବା ଆରମ୍ଭ କରେ । ଅନେକ ସମୟରେ ଜଣେ ଅନ୍ୟ ଜଣକ ପାଇଁ ଅପେକ୍ଷା କରିଥିଲେ ବି ସମ୍ପର୍କ ଭାଙ୍ଗିଯାଏ ବରଂ ଜୀବନ ସାଥୀ ଆଉ ଥରେ ଫେରି ଆସେନି । ତେବେ ଏଭଳି ୫ଟି ଅପେକ୍ଷା ସମ୍ପର୍କକୁ ସମ୍ପୂର୍ଣ୍ଣ ରୂପେ ବରବାଦ କରି ଦେଇଥାଏ ।

ହୃଦୟକୁ ପଢିବେ ପାର୍ଟନର:

ମଣିଷ ସବୁ ସମୟରେ ଅପେକ୍ଷା କରିଥାଏ, ତାଙ୍କ ପାର୍ଟନର ଦିନେ ତାଙ୍କ ମନର କଥାକୁ ବୁଝି ପାରିବ । ଆପଣ କ’ଣ ଭାବୁଛନ୍ତି ଏବଂ କ’ଣ ଚାହୁଁଛନ୍ତି ତାହା କହିବା ପୂର୍ବରୁ ଅନ୍ୟ ଜଣେ ଜାଣିବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି । ତେବେ ଏହା ସମ୍ପର୍କରେ ଦୂରତା ସୃଷ୍ଟି କରିଥାଏ । ତେଣୁ ଏମିତି କରିବା ଅପେକ୍ଷା ଆବଶ୍ୟକତା ଏବଂ ଅପେକ୍ଷାକୁ ସ୍ପଷ୍ଟ ରୂପରେ ଜଣାଇଦେବା ଉଚିତ ।

ପାର୍ଟନରଙ୍କୁ ବଦଳିବାର ଅପେକ୍ଷା କରିବା:

ଆପଣ ଆପଣଙ୍କ ପାର୍ଟନରଙ୍କ ପରିବର୍ତ୍ତନକୁ ଅପେକ୍ଷା କରିଥାନ୍ତି । ତେବେ ଏହା ଏକ ମୁର୍ଖାମୀର ବିଷୟ ବୋଲି କୁହାଯାଇପାରେ । ଏଭଳି ଆଶା ରଖିବା ଅବାସ୍ତବିକ ଘଟଣା । ଆପଣ ନିଜ ସାଥୀଙ୍କୁ ତାଙ୍କ ପ୍ରକୃତ ରୂପରେ ସ୍ୱୀକାର କରିବା ଆବଶ୍ୟକ । ଏହାପରେ ସମାଦାନ କରିବା ଦିଗରେ ଚିନ୍ତା କରିବା ଉଚିତ ।

ପରଫେକ୍ଟ ହେବାର ଆଶା କରିବା:

କୌଣସି ବ୍ୟକ୍ତି ଏ ପୃଥିବୀରେ ପରଫେକ୍ଟ ହୋଇନଥାଏ । ସମସ୍ତଙ୍କ ନିକଟରେ କିଛି ନା କିଛି ଅଭାବ ରହିଥାଏ । ତେଣୁ ପାର୍ଟନରଙ୍କ ପାଖରୁ ପରଫେକ୍ଟ ହେବାର ଆଶା ରଖି ନିଜକୁ ନିରାଶ କରନ୍ତୁ ନାହିଁ । ତେଣୁ ତାଙ୍କ ପାଖରେ ଥିବା ଅଭାବ ଏବଂ ଭୁଲକୁ ସ୍ୱୀକାର କରି ଏହାକୁ ସୁଧାରିବା ପାଇଁ ଚେଷ୍ଟା କରିବା ଉଚିତ ।

ନିଜର ସମସ୍ତ ଆବଶ୍ୟକତାକୁ ପୂରଣ କରିବାର ଆଶା:

ଜଣେ ସପୋର୍ଟିଭ ଏବଂ ଭଲ ପାଉତିବା ମଣିଷ/ସାଥୀ ରହିବା ସବୁଠୁ ଭାଗ୍ୟର କଥା । କିନ୍ତୁ ତାଙ୍କ ଠାରୁ ଭାବାତ୍ମକ ଏବଂ ଶାରୀରିକ ଆବଶ୍ୟକତାକୁ ପୂରଣ କରିବାର ଆଶା ରକିବା ସମ୍ପର୍କରେ ଫାଟ ସୃଷ୍ଟି କରିପାରେ । ତେବେ ଏସବୁଠୁ ନିଜକୁ ଦୂରେଇ ଏକ ଶାନ୍ତି ଏବଂ ଭଲପାଇବାର ସମ୍ପର୍କ ସୃଷ୍ଟି କରିବା ଉପରେ ଧ୍ୟାନ ଦିଅନ୍ତୁ ।

ପ୍ରତ୍ୟେକ କଥାରେ ସହମତି ଖୋଜିବା:

କୌଣସି ସମ୍ପର୍କରେ ଅସହମତି ଏବଂ ମନମାଳିନ୍ୟ ହେବା ସ୍ୱାଭାବିକ ଘଟଣା । କିନ୍ତୁ ଏହାକୁ ବଡ କରି ସମ୍ପର୍କ ଭିତରେ ଦୂରତା ବୃଦ୍ଧି କରନ୍ତୁ ନାହିଁ । ସାଥୀଙ୍କ ପାଖରୁ ପ୍ରତ୍ୟେକ କଥାରେ ସମର୍ଥନ ଖୋଜିବା ବନ୍ଦ କରନ୍ତୁ । ଆପଣଙ୍କ ପରି ତାଙ୍କୁ ମଧ୍ୟ ରାୟ ଦେବାର ସମାନ ଅଧିକାର ମିଳିବା ଉଚିତ । ଏହା ନକରିବା ସମ୍ପର୍କ ଭିତରେ ଏକ ବିଷାକ୍ତ ବାତାବରଣ ସୃଷ୍ଟି କରିଥାଏ ।

Get real time updates directly on you device, subscribe now.