fbpx

ANI ପରେ NDTVର ଟୁଇଟର ଆକାଉଣ୍ଟ ବ୍ଲକ: ଜାଣନ୍ତୁ କ’ଣ କାରଣ

ନୂଆଦିଲ୍ଲୀ: ଏଲନ ମସ୍କ ଟୁଇଟର କିଣିବା ପରେ ଏଥିରେ ଅନେକ ପରିବର୍ତନ ଦେଖିବାକୁ ମିଳୁଛି। କିଛି ଦିନ ତଳେ ଭାରତର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷକଙ୍କର ଟୁଇଟର ଆକାଉଣ୍ଟରୁ ବ୍ଲ୍ୟୁ ଟିକ୍ ଉଭାନ ହୋଇଯାଇଥିଲା, ସେତେବେଳେ ଏହାକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା। ଏହା ପରେ କିଛି ଟଙ୍କା ଦେଇ ବ୍ଲ୍ୟୁ ଟିକ୍ କିଣିଥିବା ବେଳେ ପରେ ସମସ୍ତଙ୍କର ବ୍ଲ୍ୟୁ ଟିକ୍ ପ୍ରାୟତଃ ଫେରି ଆସିଥିଲା। ଏବେ ଭାରତରେ ଟୁଇଟର ନ୍ୟୁଜ ଏଜେନ୍ସି ଗୁଡିକୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି।

ଶନିବାର ପ୍ରହମେ ଏଏନଆଇ’ର ଟୁଇଟ୍ର ଆକାଉଣ୍ଟ ଡିଲିଟ ହୋଇଯାଇଥିବା ବେଳେ ଏବେଏନଡିଟିଭି’ର ଟୁଇଟର ଆକାଉଣ୍ଟ ଉଡି ଯାଇଥିବା ଦେଖିବାକୁ ମିଳିଛି। ଏଏନ୍‌ଆଇର ଟ୍ୱିଟର ଆକାଉଣ୍ଟ ସସ୍‌ପେଣ୍ଡ ହେବା ପରେ ଏହାର ସମ୍ପାଦକ ସ୍ମିତା ପ୍ରକାଶ ମଧ୍ୟ ଏହି ପ୍ରସଙ୍ଗରେ ଟ୍ୱିଟ୍ କରିଛନ୍ତି। ପୁର୍ବରୁ ବିବିସିର ଟ୍ୱିଟର ଆକାଉଣ୍ଟ ଉପରେ ମଧ୍ୟ ବଡ଼ ଟ୍ୱିଟର କାର୍ଯ୍ୟାନୁଷ୍ଠାନ ନେଇଥିବା ବେଳେ ଏବେ ଏଏନ୍‌ଆଇ ଏବଂ ଏନ୍ଡ଼ିଟିଭିର ଟୁଇଟ୍ ଆକାଉଣ୍ଟ ଉଭାନ ହୋଇଯାଇଛି।

ଏଏନ୍‌ଆଇର ଅଫିସିଆଲ୍ ଆକାଉଣ୍ଟ ଡିଲିଟ୍ କରିବା ପଛରେ ଟ୍ୱିଟର ଏକ ମଜାଦାର କାରଣ ଦେଇଛି। ANI କୁ ପଠାଯାଇଥିବା ଏକ ଇମେଲରେ ଟ୍ୱିଟର କହିଛି ଯେ ANI ର ଆକାଉଣ୍ଟ ଏହାର ନୀତି ଉଲ୍ଲଂଘନ କରୁଛି। ସେଥିପାଇଁ କମ୍ପାନୀ ଅଫିସିଆଲ୍ ଆକାଉଣ୍ଟକୁ ଲକ୍ କରିଛି। ଟ୍ୱିଟର କହିଛି ଯେ ଟ୍ୱିଟର ଆକାଉଣ୍ଟ କରିବା ପାଇଁ ଅତି କମରେ ୧୩ ବର୍ଷ ବୟସ ହେବା ଆବଶ୍ୟକ। ତେବେ ଏନଡିଟିଭି’ର ଟୁଇଟ୍ ଆକାଉଣ୍ଟ କଣ ପାଇଁ ଡିଲିଟ କରାଯାଇଛି ତାହା ଜଣାପଡି ନାହିଁ।

 

Get real time updates directly on you device, subscribe now.