fbpx

ବନ୍ୟା ସହ ଭୟଙ୍କର ଭୂ-ସ୍ଖଳନ; ୧୭୫ ଜଣଙ୍କ ମୃତ୍ୟୁ, ଭାସିଗଲା ସ୍କୁଲ ଓ ହସ୍ପିଟାଲ

ନୂଆଦିଲ୍ଲୀ: ଭୟଙ୍କର ଭୂସ୍ଖଳନ ସାଙ୍ଗକୁ ବନ୍ୟାର ବିତ୍ପାତରେ ସାରା ସହରରେ ପ୍ରକୃତି କରୁଛି ତାଣ୍ଡବଲୀଳା । ଭାସୁଛି ସ୍କୁଲ ଘର ସାଙ୍ଗକୁ ହସ୍ପିଟାଲ । ଏପର୍ଯ୍ୟନ୍ତ ୧୭୫ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଏବେ ବି ବିପଦ ସଂକୁଳ ଅବସ୍ଥାରେ ଜୀବନଯାପନ କରୁଛନ୍ତି ଏଠାକାର ବାସିନ୍ଦା । ମୃତ୍ୟୁକୁ କୋଳରେ ଧରି ପରିବାରକୁ ବଞ୍ଚାଇବା ପାଇଁ ଚାଲିଛି ସଂଘର୍ଷ । କିନ୍ତୁ ପ୍ରକୃତିର ଏହି ଭୟଙ୍କରୀ ଚେହେରା ସମସ୍ତଙ୍କୁ ବ୍ୟଥିତ କରି ଦେଇଛି ।

ଆଫ୍ରିକୀୟ ସହର କଙ୍ଗୋରେ ଏଭଳି ଏକ ବିଭୀଷିକା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଏବଂ ଭୂସ୍ଖଳନରେ ପ୍ରାୟ ୧୭୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ମୃତକଙ୍କ ଭିତରେ ଗୋଟିଏ ପରିବାରର ୧୧ ଜଣ ଶିଶୁ ମଧ୍ୟ ରହିଛନ୍ତି । ଶତାଧିକ ଲୋକ ଏବେ ବି ନିଖୋଜ ଥିବା ବେଳେ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଭୟରେ ଅଛନ୍ତି ଏଠାକାର ବାସିନ୍ଦା । ସେପଟେ ବନ୍ୟାର ବିତ୍ପାତକୁ ସାମନା କରି ପାରିନି ଏଠାକାର ସ୍କୁଲ ଏବଂ ହସ୍ପିଟାଲର ଚଟାଣ । ବନ୍ୟା ପାଣିରେ ସ୍କୁଲ-ହସ୍ପିଟାଲ ଇତ୍ୟାଦି ମଧ୍ୟ ଭାସୁଥିବା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ବନ୍ୟାପାଣି ଘେରରେ ଜୀବନ କାଟୁଥିବା ବେଳେ ପ୍ରତିଟି ମୁହୂର୍ତ୍ତରେ ଏମାନେ ଜୀବନ-ମରଣ ସହ ଲଢେଇ କରୁଛନ୍ତି ।

Get real time updates directly on you device, subscribe now.