fbpx

କିପରି ନେବେ ଯାଆଁଳା ଶିଶୁଙ୍କ ଯତ୍ନ ? ଜାଣନ୍ତୁ ଏହି ଟିପ୍ସ

ଆଜିକାଲି ବହୁତ ଯାଆଁଳା ଶିଶୁ ଜନ୍ମ ହେଉଛନ୍ତି । ହେଲେ ଏକାସଂଗରେ ସେମାନଙ୍କ ଯତ୍ନନେବା କଷ୍ଟକର ହୋଇଥାଏ । ଯେଉଁମାନେ ଜଏଣ୍ଟ ଫ୍ୟାମିଲରେ ରହିଥିବେ ସେମାନଙ୍କୁ ଦୁଇ ଶିଶୁର ଏକାସଂଗେ ଯତ୍ନନେବା ସହଜ ହୋଇଥାଏ । କିନ୍ତୁ ଯେଉଁମାନେ ଛୋଟ ପରିବାର ଯେକି କେବଳ ସ୍ୱାମୀ, ସ୍ତ୍ରୀ ଥାଆନ୍ତି ସେମାନଙ୍କ ପକ୍ଷେ ଯତ୍ନନେବା ବହୁତ କଷ୍ଟସାଧ୍ୟ ହୋଇଥାଏ ।

ବାସ୍ତବରେ ଯାଆଁଳା ଶିଶୁଙ୍କୁ ସବୁବେଳେ ଧ୍ୟାନ ଦେବାକୁ ପଡିବ ଯେମିତି ସେମାନଙ୍କର ଖାଇବା, ପିଇବା, ଗାଧୋଇବା ଏବଂ ଶୋଇବା ଆଦି ସବୁକିଛି । ଯାହା ସମସ୍ତଙ୍କ ପାଇଁ ସହଜ ହୋଇନଥାଏ । ଏପରି ପରିସ୍ଥିତିରେ ଆପଣ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସକୁ ଆପଣାନ୍ତୁ । ଯାଆଁଳା ପିଲା ସାଧାରଣତଃ ବେଶି କନ୍ଦାକଟା କରିଥାନ୍ତି । ସେମାନଙ୍କୁ ସମ୍ଭାଳିବା କଷ୍ଟ ହୋଇଥାଏ ।

ଏପରି ପରିସ୍ଥିତିରେ, ଯଦି ଆପଣ କିଛି ଛୋଟ ଛୋଟ ଜିନିଷର ଯତ୍ନ ନେବେ, ତେବେ ଯାଆଁଳା ପିଲାମାନଙ୍କର ଯତ୍ନ ନେବା ଆପଣଙ୍କ ପାଇଁ ଅତି ସହଜ ହୋଇଯିବ । ଆପଣ ରୁଟିନ୍ ସେଟ୍ କରନ୍ତୁ । ଆପଣ ପିଲାମାନଙ୍କର ଖାଇବା, ପିଇବା, ଗାଧୋଇବା ଏବଂ ଶୋଇବାର ନିତ୍ୟକର୍ମ ଏକ ନିର୍ଦ୍ଦିଷ୍ଟ ସମୟରେ କରନ୍ତୁ । ଯାହାଫଳରେ କି ପିଲାମାନଙ୍କ ଭୋକ, ଶୋଇବା, ଉଠିବାର ସମୟ ଆପଣ ଜାଣିପାରିବେ । ଆପଣ ବାକି ଅନ୍ୟ କାମ ସବୁକୁ ସହଜରେ କରିପାରିବେ । ଶିଶୁମାନଙ୍କୁ କ୍ଷୀର ଖୁଆଇବା ସମୟରେ ଦୁଇଟି ତକିଆ ମଧ୍ୟ ବ୍ୟବହାର କରନ୍ତୁ ।

Get real time updates directly on you device, subscribe now.