ନୋଏଡା: ସରକାର ନାରୀମାନଙ୍କ ସୁରକ୍ଷାକୁ ନେଇ ଅନେକ କଟକଣା ଜାରି କରିବା ସତ୍ତ୍ୱେ ଝିଅମାନେ ଆସାମାଜିକ ଲୋକଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଛନ୍ତି । ଏପରି ଏକ ଘଟଣା ନୋଏଡାରେ ଦେଖିବାକୁ ମିଳିଛି । ଏଠାରେ ଦୁଇ ଯୁବତୀ ରାସ୍ତାରେ ଚାଲିକି ଯାଉଥିବା ସମୟରେ ଦୁଇ ଯୁବକ ବାଇକରେ ଆସି ତାଙ୍କୁ ଖରାପ ଭାବେ ସ୍ପର୍ଶ କରି ଚାଲିଯାଉଛନ୍ତି । ତେବେ ଏହି ଘଟଣାଟି ସିସିଟିଭିରେ କଏଦ ହୋଇଛି, ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁଯାୟୀ, ଏହି ଘଟଣାଟି ଥାନା ସେକ୍ଟର ୫୮ ଅଞ୍ଚଳରେ ଘଟିଛି । ଭିଡିଓରେ ସଫାସଫା ନଜର ଆସୁଛି ଯେ, ଦୁଇ ଯୁବତୀ ରାସ୍ତାରେ କଥାବାର୍ତ୍ତା ହୋଇ ଚାଲିଚାଲି ଯାଉଛନ୍ତି । ହଠାତ ସାମ୍ନା ପଟୁ ଦୁଇ ଯୁବକ ବାଇକରେ ଝିଅ ମାନଙ୍କ ଆଡକୁ ଆସୁଛନ୍ତି । ଏହାପରେ ସେ ଯୁବତୀଙ୍କୁ ଖରାପ ଭାବେ ସ୍ପର୍ଶ କରି ଚାଲିଯାଉଛନ୍ତି ।
ସାଇକେଲ ଚଳାଉଥିବା ଜଣେ ଯୁବକ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ସେ ବାଇକ୍ ଆରୋହୀମାନେ ଘଟଣାସ୍ଥଳରୁ ପଳାଇବା ପୂର୍ବରୁ ସେ ନିଜ ଆଖିରେ ଏହି ସବୁ ଫ୍ଲର୍ଟିଂ ଦେଖିଛନ୍ତି। ଏହି ୨୮ ସେକେଣ୍ଡର ଭିଡିଓକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରଠାରୁ ଉଭୟ ଝିଅ ଭୟଭୀତ ଅଛନ୍ତି। ପୋଲିସ କହିଛି ଯେ, ଏହି ଘଟଣା ପରଠାରୁ ନିଛାଟିଆ ତଥା ସମ୍ବେଦନଶୀଳ ସ୍ଥାନରେ ପାଟ୍ରୋଲିଂ ବୃଦ୍ଧି କରାଯାଇଛି।
नोएडा के सेक्टर-62 में बाइक सवार मनचलों ने युवती से की छेड़खानी#NoidaPolice #Noida @noidapolice pic.twitter.com/XISCI6bt58
— Gautam Geetarjun (गीतार्जुन) (@GautamGeetarjun) June 3, 2023