fbpx

ମୁହାଁମୁହିଁ ଧକ୍କା ପରେ ଟ୍ରକ୍ ଓ ଟ୍ୟାଙ୍କର ଲାଗିଲା ନିଆଁ, ଜିଅନ୍ତା ଜଳିଗଲେ ୩ ଜଣ !

ନୂଆଦିଲ୍ଲୀ : ଗୁଜୁରାଟର ଭଦୋଦରା ଜିଲ୍ଲାରେ ଏକ ଭୟଙ୍କର ସଡକ ଦୁର୍ଘଟଣାର ଖବର ମିଳିଛି । ଟ୍ରକ୍ ଏବଂ ଟ୍ୟାଙ୍କର ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟି ଜଣ ଜୀବନ୍ତ ଜଳି ଯାଇଥିବା ସୂଚନା ମିଳିଛି ।

ରବିବାର ସକାଳେ ଏହି ଦୁର୍ଘଟଣା ଘଟିଥିଲେ । ଏକ ଟ୍ରକ୍ ଏବଂ ଟ୍ୟାଙ୍କର୍ ପରସ୍ପର ମଧ୍ୟରେ ପ୍ରବଳ ଜୋରରେ ଧକ୍କା ହୋଇଥିଲା । ଧକ୍କା ହେବା ଫଳରେ ଉଭୟ ଗାଡିରେ ନିଆଁ ଲାଗିଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ଏଥିରେ ୩ ଜଣ ଜୀବନ୍ତ ଜଳି ମୃତ୍ୟୁବରଣ କରିଛନ୍ତି । ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାଟି ରବିବାର ସକାଳେ ୬ଟାରେ ଘଟିଛି ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ତିନିଜଣ ପୋଡି ପାଉଁଶ ହୋଇଯାଇଥିଲେ।

Get real time updates directly on you device, subscribe now.