fbpx

ଠିଆ ହୋଇ ଜମା ପାଣି ପିଅନ୍ତୁ ନାହିଁ: କିଡନୀ ସମସ୍ୟା, ପେଟରୋଗ ଓ ଏସିଡିଟି ହୋଇପାରେ, କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ବର୍ତ୍ତମାନ ଗ୍ରୀଷ୍ମ ସିଜିନ ଚାଲିଥିବା ବେଳେ ଭୀଷଣ ଗରମ ହେବା ସହ ଶରୀରରୁ ଅତ୍ୟଧିକ ଝାଳ ବୋହୁଛି । ତେଣୁ ଏପରି ସ୍ଥିତିରେ ଆମକୁ ବହୁ ପରିମାଣର ଜଳପାନ କରିବା ନିହାତି ଜରୁରୀ । କାରଣ ଝାଳ ମାଧ୍ୟମରେ ଆମ ଶରୀରରୁ ପର୍ୟ୍ୟାପ୍ତ ମାତ୍ରାରେ ଜଳୀୟ ଅଂଶ କମି ଯାଇଥାଏ । ତେବେ ପ୍ରବଳ ଶୋଷ କାରଣରୁ ଅନେକ ଲୋକ ଘରେ, ଜଳଛତ୍ର ଆଗରେ ଓ ଦୋକାନ ଆଗରେ ଠିଆ ହୋଇ ପାଣି ପିଉଥିବା ଦେଖାଯାଉଛି ।

ତେବେ ଆପଣମାନେ ବୋଧହୁଏ ଜାଣିନଥିବେ, ଠିଆ ହୋଇ ପାଣି ପିଇବା ଆପଣଙ୍କ ପାଇଁ ବହୁତ କ୍ଷତିକାରକ ହୋଇପାରେ । ଠିଆ ହୋଇ ପାଣି ପିଇବା ଆପଣଙ୍କ ପାଇଁ ବିପଦ ଡାକି ଆଣିପାରେ । ଆମ ଶରୀରର ୭୦ ପ୍ରତିଶତ ଜଳ ରହିଥିବା ବେଳେ ଜଳ ମାଧ୍ୟମରେ ବିଭିନ୍ନ ଅଂଶକୁ ପୋଷକ ତତ୍ତ୍ୱ ଯାଇଥାଏ । ଠିଆ ହୋଇ ଜଳ ପାନ କରିବା ଫଳରେ ଆମ ଶରୀରକୁ କ୍ଷତି ପହଞ୍ଚାଏ ବୋଲି ଆୟୁର୍ବେଦରେ କୁହାଯାଇଛି ।

ଯଦି ଆପଣମାନେ ଠିଆ ହୋଇ ପାଣି ପିଉଛନ୍ତି ତେବେ ତାହା ଫୋର୍ସ ସହିତ ଶରୀର ମଧ୍ୟକୁ ସିଧାସଳଖ ଚାଲିଯାଇଥାଏ । ଫଳରେ ଏହାର ପ୍ରଥମ ପ୍ରଭାବ ଆମ ପେଟ ଉପରେ ପଡ଼ିଥାଏ । ଏହା କାରଣରୁ ଆମର ଏସିଡିଟି ହୋଇପାରେ । ଏହାଛଡ଼ା ଠିଆ ହୋଇ ପାଣି ପିଇବା ଫଳରେ ଡାଇଜେଷ୍ଟିଭ୍ ଟ୍ୟାକ୍ଟ ଦ୍ରୁତ ହୋଇଯାଇଥାଏ । ଏପରି ସ୍ଥିତିରେ ଡାଇଜେଷ୍ଟିଭ ଟ୍ରାକ୍ଟ ଯେତେ ପାଣି ଗ୍ରହଣ କରିବା କଥା ତାହା କରିପାରେ ନାହିଁ । ତେଣୁ ଏହା ଆମର ଶରୀରର ନ୍ୟାଚୁରାଲ ନ୍ୟୁଟ୍ରିଏଣ୍ଟସ ଓ ଇଲେକ୍ଟ୍ରୋଲାଇଟସ ଉପରେ ଖରାପ ପ୍ରଭାବ ପକାଇଥାଏ । ଫଳରେ ଆମର କିଡନୀ ସମସ୍ୟା ଦେଖାଦେବା ସହ କିଡନୀରୁ ବିଷାକ୍ତ ପଦାର୍ଥ ବାହାରିବାରେ ସମସ୍ୟା ଉପୁଜିଥାଏ । ତେଣୁ ବସିକରି ଅଣ୍ଟାକୁ ସିଧା କରି ପାଣି ପିଇବାକୁ ଆୟୁର୍ବେଦରେ କୁହାଯାଇଛି । ଏହାଫଳରେ ପାଣି ଠିକ୍ ଭାବେ ଡାଇଜେଷ୍ଟିଭ୍ ଟ୍ରାକରେ ପହଞ୍ଚିପାରେ ଓ କିଡନୀ ପ୍ରଭାବିତ ହୋଇନଥାଏ ।

Get real time updates directly on you device, subscribe now.