ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଚତୁଃରାଷ୍ଟ୍ରୀୟ ଫୁଟବଲ ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ଲିଗ୍ ମ୍ୟାଚରେ ଭାରତ ୧-୦ ଗୋଲରେ ଭାନୁଆଟୁକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ମ୍ୟାଚ୍ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ଚାଲିଥିବା ବେଳେ ପ୍ରଥମାର୍ଦ୍ଧରେ କୌଣସି ଦଳ ଗୋଲ କରିବାକୁ ସକ୍ଷମ ହୋଇନଥିଲେ। ଘରୋଇ ଦଳ ପକ୍ଷରୁ ଅଧିନାୟକ ସୁନୀଲ ଛେତ୍ରୀ ୮୧ତମ ମିନିଟରେ ଏକମାତ୍ର ବିଜୟ ସୂଚକ ଗୋଲଟି ସ୍କୋର କରିଥିଲେ। ଏହି ବିଜୟ ସହିତ ଭାରତ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି।
ଭାରତ ୨ ମ୍ୟାଚରୁ ୬ ପଏଣ୍ଟ ସହିତ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି। ଅନ୍ୟପଟରେ ଡବଲ୍ ପରାଜୟ ସହ ଭାନୁଆଟୁର ଚ୍ୟାଲେଞ୍ଜ ଶେଷ ହୋଇଛି। ଭାରତ ଏହାର ପ୍ରଥମ ମ୍ୟାଚରେ ମଙ୍ଗୋଲିଆକୁ ୨-୦ ଗୋଲରେ ପରାସ୍ତ କରିଥିଲା। ଭାନୁଆଟୁ ୧-୩ ଗୋଲରେ ଲେବାନନଠାରୁ ହାରିଥିଲା। ଆସନ୍ତା ଗୁରୁବାର ଭାରତ ଏହାର ଶେଷ ଲିଗ୍ ମ୍ୟାଚରେ ଲେବାନନକୁ ଏବଂ ଭାନୁଆଟୁ ମଙ୍ଗୋଲିଆକୁ ଭେଟିବ।
Captain. Leader. Legend. @chetrisunil11 does it again 💙🔥
A hard fought victory for the #BlueTigers 🐯 after the winning goal evaded them till the 80th minute. #VANIND ⚔️ #HeroIntercontinentalCup 🏆 #IndianFootball ⚽️ pic.twitter.com/9jstTAu98J
— Indian Football Team (@IndianFootball) June 12, 2023
ଏସିଆରେ ୧୦ମ ଓ ଫିଫା ର଼୍ୟାଙ୍କିଙ୍ଗ୍ରେ ୧୦୧ତମ ସ୍ଥାନରେ ଥିବା ଭାରତକୁ ୧୬୪ ର଼୍ୟାଙ୍କ ପ୍ରାପ୍ତ ଭାନୁଆଟୁ ପୂରା ମ୍ୟାଚରେ କଡ଼ା ଚ୍ୟାଲେଞ୍ଜ ଦେଇଥିଲା। ମ୍ୟାଚ ଆରମ୍ଭରୁ ଉଭୟ ଦଳ ବଲ୍ ପୋଜେଶନ ପାଇଁ ଉଦ୍ୟମ କରିଥିଲେ। ମ୍ୟାଚର ୪୩+୩ ମିନିଟରେ ଭାନୁଆଟୁ ଅଗ୍ରଣୀ ନେବା ସୁଯୋଗ ସୃଷ୍ଟି କରିଥିଲା। ମାତ୍ର ଆଲେକ୍ସ ସାନିଏଲ ଏହାକୁ ଟାର୍ଗେଟରେ ପହଞ୍ଚାଇବାରେ ସକ୍ଷମ ହୋଇ ନ ଥିଲେ। ଫଳରେ ପ୍ରଥମାର୍ଦ୍ଧ ଗୋାଲଶୂନ୍ୟ ରହିଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଖେଳିଥିଲା। ୫୪ତମ ମିନିଟରେ ଦଳକୁ କର୍ନର ମିଳିଥିଲା। ମାତ୍ର ଲିଷ୍ଟନ କୋଲାକୋଙ୍କ ଶଟ୍ ବହୁ ଉଚ୍ଚାରେ ବାହାରକୁ ଚାଲି ଯାଇଥିଲା। ୫୮ତମ ମିନିଟରେ ଲିଷ୍ଟନଙ୍କ ଚମତ୍କାର ଲଙ୍ଗ୍ବଲ୍ ପାସ୍ ଛେତ୍ରୀଙ୍କ ନିକଟରେ ପହଞ୍ଚତ୍ଥିଲା। ସେ ତାହାକୁ ଟାର୍ଗେଟରେ ପହଞ୍ଚାଇବାକୁ ଉଦ୍ୟମ କରିଥିଲେ ହେଁ ବିପକ୍ଷ ଦଳର ୨ ଜଣ ଡିଫେଣ୍ଡର ତାହାର ପ୍ରତିହତ କରିଥିଲେ। କୋଚ୍ ଇଗର ଷ୍ଟିମାକ୍ ୬୨ତମ ମିନିଟରେ ୩ ଜଣ ଏବଂ ୬୪ତମ ମିନିଟରେ ଜଣେ ଖେଳାଳିଙ୍କୁୁ ସବ୍ଷ୍ଟିଚ୍ୟୁଟଭାବେ ନେଇଥିଲେ। ୭୮ତମ ମିନଟରେ ମହେଶ ମାରିଥିବା କ୍ରସ୍ ଶଟ୍କୁ ଅନିରୁଦ୍ଧ ଥାପ୍ପା ଟାର୍ଗେଟରେ ପହଞ୍ଚାଇବାକୁ ଦ୍ୟମ କରିଥିଲେ। ମାତ୍ର ତାଙ୍କ ଶଟ୍ ଚମତ୍କାର ଭାବେ ଭାନୁଆଟୁୁ ଡିଫେଣ୍ଡର ସେଭ୍ କରି ଦେଇଥିଲେ। ୮୧ତମ ମିିନିଟରେ ଭାରତ ପାଇଁ ପ୍ରତୀକ୍ଷିତ ମୁହୂର୍ତ୍ତ ଆସିଥିଲା। ଅଧିନାୟକ ସୁନୀଲ ଛେତ୍ରୀ ଗୋଲ ଦେଇ ଭାରତକୁ ଅଗ୍ରଣୀ କରିଥିଲେ। ବାମପଟରୁ ଶୁଭାଶିଷ କ୍ରସ୍ ଶଟ୍ ଜରିଆରେ ବଲ୍କୁ ଭାନୁଆଟୁ ଗୋଲପୋଷ୍ଟରେ ପହଞ୍ଚାଇଥିଲେ। ଛେତ୍ରୀ ଏହାକୁ ନିୟନ୍ତ୍ରଣକୁ ଆଣି ଟପ୍ ରାଇଟ୍ କର୍ନରରେ ଗୋଲ କରିଥିଲେ। ଏହାପରେ ଭାରତୀୟ ଖେଳାଳିଙ୍କ ସେଲିବ୍ରେଶନ ଆରମ୍ଭ ହୋଇ ଯାଇଥିଲା ଏବଂ ଷ୍ଟାଡିୟମ ଭାରତ, ଭାରତ କୋଳାହଳରେ କମ୍ପି ଉଠିଥିଲା।
.@chetrisunil11's left footed finish takes the #BlueTigers 🐯 to the #HeroIntercontinentalCup 🏆 FINAL 💙😍#VANIND ⚔️ #IndianFootball ⚽️ pic.twitter.com/1n081IsM4I
— Indian Football Team (@IndianFootball) June 12, 2023