fbpx

ଝିଅ ସାଜିଲା ସଇତାନ୍: ଟଙ୍କା ପାଇଁ ବାପା-ମା’ଙ୍କୁ ଦେଉଥିଲା ଅକଥନୀୟ ନିର୍ଯାତନା

ନୂଆଦିଲ୍ଲୀ : ଝିଅଟେ ଜନ୍ମ ହେଲେ ଆମେ ଖୁସି ହୋଇଥାଉ କାରଣ ଝିଅ ମା ଲକ୍ଷ୍ମୀଙ୍କ ସୂରୁପ । ଝିଅଟିକୁ ସମସ୍ତେ କହିଥାଆନ୍ତି ସେ ଦୁହିତା ଦୁଇ କୂଳର ହିତ ପାଇଁ ତା’ର ଜନ୍ମ । ଅର୍ଥାତ୍ ଝିଅଟି ନିଜ ଜନ୍ମ କଲା ବାପା ମା’ଙ୍କ ଦାୟିତ୍ୱ ନେବା ସହ ଶାଶୂଘର ଯିବା ପରେ ଶାଶୂ ଶ୍ୱଶ୍ୱରଙ୍କ ଦାୟିତ୍ୱ ନେଇଥାଏ । ହେଲେ ଭୋପାଳର ଜଣେ ଝିଅର ଏଭଳି ରୂପ ଦେଖିବାକୁ ମିଳିଛି ଯାହାଙ୍କ ବିଷୟରେ ଆପଣ ଜାଣିଲେ କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ ।

ଟଙ୍କା ପାଇଁ ବାପା, ମା’ଙ୍କୁ ଦେଉଥିଲା ଅକଥନୀୟ ନିର୍ଯାତନା । ଗତ ୪ ମାସ ଅନ୍ଧାରଘରେ ବନ୍ଦୀ କରି ରଖିଥିଲା । କଥା କଥାକେ ମାଡ ମାରୁଥିଲା । ଭୋପାଳର ଜଣେ ବିବାହିତ ମହିଳା ସମ୍ପତ୍ତି ପାଇଁ ନିଜ ବାପା, ମା’ଙ୍କୁ ବନ୍ଦୀ କରି ରଖିବା ସହ ଅକଥନୀୟ ନିର୍ଯାତନା ଦେଉଥିବା ଖବର ସମସ୍ତଙ୍କୁ ଚକିତ କରିଛି । କେବଳ ଏତିକି ନୁହେଁ ଗୋଟିଏ ବୋଲି ମାନସିକ ଅନଗ୍ରସର ଭାଇକୁ ବି ଛାଡିଲାନଥିଲେ । ବାପା, ମା’ଙ୍କ ସାଙ୍ଗରେ ଭାଇକୁ ବି ଅନ୍ଧାର ଘରେ ରଖି ମାଡ ମାରୁଥିଲେ ଏହି ମହିଳା ଜଣକ । ପୋଲିସ କହିବା ଅନୁଯାୟୀ, ନିର୍ଯାଯିତ ବାପା ମା ହେଉଛନ୍ତି ସିଏସ୍ ସକ୍ସେନା ତାଙ୍କ ପତ୍ନୀ ସକ୍ସେନା । ସେ ଅରୋରା କଲୋନୀରେ ପୁଅ ବିକି ଏବଂ ନିଧି ସହ ରୁହନ୍ତି । ସିଏସ୍ ସକ୍ସେନା ଷ୍ଟେଟ୍ ବ୍ୟାଙ୍କର ଚିଫ୍ ଇଞ୍ଜିନିୟର ପଦରୁ ଅବସର ନେଇଥିଲେ । ପରେ ତାଙ୍କ ଝିଅ ଟଙ୍କା ପାଇଁ ବାପା ମା ସହ ଝଗଡ଼ା ଆରମ୍ଭ କରିଦେଇଥିଲା । ଟଙ୍କା ନଦେଲେ ସେମାନଙ୍କ ଜୀବନ ଛାରଖାର କରିଦେବ ବୋଲି ଧମକ ଦେଉଥିଲା ହେଲେ ସତକୁ ଏପରି କରିବ ତାହା କେବେ ବାପା ମା ଭାବି ନଥିଲେ ।

ଝିଅ ନିଧି ୨୦୦୨ ବିବାହ କରିଥିଲା । ହେଲେ କୌଣସି କାରଣରୁ ସ୍ୱାମୀଙ୍କ ସହ ବିବାଦ ଦେଖାଦେବାରୁ ୨୦୧୬ରେ ତାଙ୍କର ଛାଡପତ୍ର ହୋଇଥିଲା । ସେବେଠାରୁ ସେ ନିଜ ଦୁଇ ପଅଙ୍କୁ ନେଇ ବାପାଙ୍କ ଘରେ ରହିଆସୁଥିଲେ । ଧିରେ ଧିରେ ବାପାଙ୍କ ସମ୍ପତ୍ତି ଉପରେ ତାଙ୍କର ଆଖି ପଡିଥିଲା । ଏହାକୁ ହାସଲ କରିବାକୁ ଝିଅ ପାଲଟିଲା ସୈତାନ୍ । ବାପା, ମା’, ଭାଇଙ୍କୁ ଗୋଟିଏ ଘରେ ବନ୍ଦୀ କରି ସେମାନଙ୍କ ଠାରୁ ସମ୍ପତ୍ତିର ସବୁ ନଥିପତ୍ର ନେଇଯିବା ସହ କିଛି ସାଧା ପେପରରେ ତାଙ୍କର ଦସ୍ତଖତ କରାଇନେଇଥିଲେ । ବାପାଙ୍କ ପେନସନ୍ ଉଠାଇ ନିଜେ ଖର୍ଚ୍ଚ କରୁଥିଲେ ହେଲେ ବାପା, ମା’, ଭାଇଙ୍କୁ ଭଲ ଭାବେ ଦିମୁଠା ଖାଇବାକୁ ଦେଉନଥିଲେ । ସେମାନେ ରହୁଥିବା ଘରକୁ ବିକି ୩ କୋଟି ଟଙ୍କା ଦେବାକୁ ଦାବି କରୁଥିଲେ । ହେଲେ ଏଥିରେ ରାଜି ନେହେବାରୁ ନିସ୍ତୁକ ମାଡ ମାରୁଥିଲା ଝିଅ ନିଧି ।

ଏହି ସମସ୍ତ ଘଟଣା ଦେଖଇ ସିଏସ୍ ସକ୍ସେନାଙ୍କ ଜଣେ ପ୍ରିୟ ହବିବଗଞ୍ଜ ପୁଲିସରେ ଖବର ଦେଇଥିଲେ । ପୁଲିସକୁ ଦେଖି ନିଧି ଯୁକ୍ତତର୍କ କରିଥିଲେ ବି ମହିଳା ପୁଲିସଙ୍କ ସହାୟତାରେ ତାଲା ପଡିଥିବା ରୁମକୁ ଖୋଲିଥିଲା ଆଉ ଯାହା ଦେଖିଥିଲେ । ସେଥିରେ ପୁଲିସ କର୍ମୀ ମଧ୍ୟ ଭାବବିହ୍ୱଳ ହୋଇଯାଇଥିଲେ । ଏନେଇ ପୀଡିତ ବୃଦ୍ଧ ଦମ୍ପତ୍ତି ଙ୍କ ବୟାନକୁ ଆଧାର କରି ତଦନ୍ତ ଚଳାଇଛି ପୋଲିସ ।

Get real time updates directly on you device, subscribe now.