fbpx

(Video) ‘ୟେ ଦୋସ୍ତି ହମ୍ ନେହିଁ ତୋଡେଙ୍ଗେ…’ ଗୀତ ଗାଇ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କଲେ ମିସରର ଯୁବତୀ

ନୂଆଦିଲ୍ଲୀ: ଆମେରିକା ପରେ ମିସରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତି ଅବଦେଲ ଫତହ ଅଲ-ସିସିଙ୍କ ନିମନ୍ତ୍ରଣରେ ଦୁଇ ଦିନିଆ ରାଜକୀୟ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ । ତେବେ କାହିରାର ରିଟଜ କାର୍ଲଟନ ହୋଟେଲ ପହଞ୍ଚିବା ମାତ୍ରେ ମୋଦୀଜୀଙ୍କୁ ମିଳିଛି ଏକ ଭବ୍ୟ ସ୍ୱାଗତ । ପ୍ରବାସୀ ଭାରତୀୟମାନେ ପ୍ରଧାନମନ୍ତ୍ରୀଙ୍କୁ ଆକର୍ଷଣୀୟ ସ୍ୱାଗତ ଜଣାଇଛନ୍ତି । ତେବେ ଏହି ସମୟରେ ଏଠାକାର ଜଣେ ଯୁବତୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଗୀତ ଗାଇ ତାଙ୍କୁ ସ୍ୱାଗତ ଜଣାଇଛନ୍ତି ।

ମୋଦୀଙ୍କ ସ୍ୱାଗତ ପାଇଁ ସେଠାରେ ଅନେକ ଲୋକଙ୍କ ଭିଡ ଜମିଥିଲା । ଏହି ସମୟରେ ମିସରର ଜଣେ ଯୁବତୀ ହିନ୍ଦୀ ସିନେମାର ଏକ ପୁରୁଣା ଏବଂ ଲୋକପ୍ରିୟ ଗୀତ ଗାଇ ପ୍ରଧାନମନ୍ତ୍ରୀଙ୍କ ୱେଲକମ୍ କରିଛନ୍ତି । ବଲିଉଡ ସିନେ ଇଣ୍ଡଷ୍ଟ୍ରିର ଖୁବ ପପୁଲାର ଗୀତ ‘ୟେ ଦୋସ୍ତି ହମ୍ ନେହିଁ ତୋଡେଙ୍ଗ…’ ଗୀତ ଗାଇ ମୋଦୀଙ୍କୁ ସରପ୍ରାଇଜ ଦେଇଛନ୍ତି ମିସରର ଏହି ଯୁବତୀ । ମିସରର କାହିରାରେ ଏଭଳି ସ୍ୱାଗତ ମୋଦୀଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲା । ଯୁବତୀଙ୍କ ମୁହଁରେ ଏହି ଗୀତ ଶୁଣି ଖୁବ ଖୁସି ହୋଇ ଯାଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଗୀତରେ ତାଳି ମାରି ଖୁବ ପ୍ରଧାନମନ୍ତ୍ରୀ ଉତ୍କଣ୍ଠାର ସହ ଶୁଣୁଥିବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହାପରେ ମୋଦୀ ଏହି ଯୁବତୀଙ୍କୁ କହିଥିଲେ ଯେ, ଆପଣ ଜଣେ ଭାରତୀୟ ଭଳି ଲାଗୁଛନ୍ତି । ତେବେ ଗୀତ ଗାଉଥିବା ଯୁବତୀ ଜଣକ କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ମୋତେ ବହୁତ ଭଲ ଲାଗିଲା । ସେ ମୋତେ ପଚାରିଥିଲେ କି ମୁଁ କେବେ ଭାରତକୁ ଯାଇଛି କି ନାହିଁ? ତେଣୁ ଏହାର ଉତ୍ତରରେ ମୁଁ ନା ବୋଲି କହିଥିଲି । ଏହାପରେ ମୋଦୀ ଯୁବତୀଙ୍କୁ ହିନ୍ଦୀ କେଉଁଠାରୁ ଶିଖିଥିବା ପଚାରିଥିଲେ । ତେବେ ଯୁବତୀ ଜଣକ ହିନ୍ଦୀ ଫିଲ୍ମ ଏବଂ ଗୀତ ଶୁଣି ଶୁଣି ମନେ ରଖିଥିବା କହିଛନ୍ତି । ବିଦେଶରେ ମଧ୍ୟ ଭାରତୀୟ ସିନେମାର ଗାଥା ଶୁଣି ଖୁସିବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Get real time updates directly on you device, subscribe now.