fbpx

ରୋଟାରୀ ଏଲିଟର ଅଧିଷ୍ଠାନ ଦିବସ: ସଭାପତି ଭାବେ ରୋଟାରିଆନ ସୁବ୍ରତ ଦାସ ଏବଂ ସମ୍ପାଦିକ ସୌରେନ୍ଦ୍ର ଦାଶ ମନୋନୀତ

ଭୁବନେଶ୍ୱର: ଭୁବନେଶ୍ୱରର ସ୍ଥାପିତ ରୋଟାରୀ ଏଲିଟର ୨୦୨୩-୨୪ ବର୍ଷ ପାଇଁ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ରୋଟାରୀ ଏଲିଟର ନୂତନ କର୍ମକର୍ତ୍ତାମାନେ ଦାୟିତ୍ୱ ଗ୍ରହଣ କରିଥିଲେ। ନୂତନ ସଭାପତି ଭାବେ ରୋଟାରୀଆନ ସୁବ୍ରତ ଦାସ ବିଦାୟୀ ସଭାପତି ଚିତ୍ତରଞ୍ଜନ ମିଶ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରି ଥିବା ବେଳେ ଗତ ବର୍ଷର ସମ୍ପାଦିକା ରୋଟାରୀଆନ ସସ୍ମିତା ଦାଶ କ୍ଲବର ବରିଷ୍ଠ ସଭ୍ୟ ସୌରେନ୍ଦ୍ର ଦାଶଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ।

ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ କଲେଜର ପ୍ରିନସିପାଲ ଡ.ସୁକାନ୍ତ କୁମାର ନନ୍ଦ ଯୋଗ ଦେଇ ରୋଟାରୀର କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ। ସମ୍ମାନୀତ ଅତିଥି ଭାବେ ୨୦୨୫-୨୬ ପାଇଁ ନିର୍ବାଚିତ ପ୍ରାନ୍ତପାଳ ରୋଟାରୀଆନ ମନୋଜ ତ୍ରିପାଠୀ ଯୋଗ ଦେଇ ଦୀର୍ଘ ଦୁଇ ଦଶନ୍ଧି ରୁ ଉର୍ଦ୍ଧ ଧରି ଏଲିଟ କରୁ ଥିବା ଉନ୍ନତି ମୂଳକ କାର୍ଯ୍ୟ ସାମାଜିକ ଜୀବନ ରେ ଅନେକ ପ୍ରଭାବ ପକାଇ ଅଛି ବୋଲି କହି ଥିଲେ। କ୍ଲବର କମଳା କାନ୍ତ ରଥଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ଥିବା ବୁଲେଟିନ ଉନ୍ମୋଚିତ ହୋଇଥିଲା।

ଏହି ଉତ୍ସବରେ କ୍ଲବର ପ୍ରତିଷ୍ଠାତା ସଭାପତି ବିମଳାନନ୍ଦ ମହାପାତ୍ର ଓ ଅଜୟ ସୁନ୍ଦରରାୟ ଯୋଗ ଦେଇ ଥିବା ବେଳେ ପୂର୍ବତନ ସଭାପତି ବରଦା ପ୍ରଶନ ଆଚାର୍ଯ୍ୟ କାର୍ଯକ୍ରମର ପରିଚାଳନା କରିଥିଲେ। କ୍ଲବର ଅନ୍ୟାନ୍ୟ ସଭ୍ୟମାନେ କାର୍ଯ୍ୟକୁ ସଫଳ କରିବାରେ ସହଯୋଗ କରିଥିଲେ ବୋଲି ଏଲିଟର ନୂତନ ଭାବେ ମନୋନୀତ ହୋଇ ଥିବା ପବ୍ଲିକ ଇମେଜ’ର ଡାଇରେକଟର ରୋଟାରୀଆନ ସରୋଜ ଦାଶ ଲିଖିତ ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.