fbpx

ମହଙ୍ଗା ମାଡରେ ଖାଉଟି ଅତିଷ୍ଠ: ପରିବା ପରେ ବଢ଼ୁଛି ଡାଲି, ଚାଉଳ ଦର

ଭୁବନେଶ୍ୱର: ମହଙ୍ଗା ମାଡକୁ ନେଇ ଅତିଷ୍ଠ ହୋଇ ପଡିଲେଣି ଖାଉଟିମାନେ । ଅତ୍ୟାବଶ୍ୟକ ସାମଗ୍ରୀସହ ପନିପରିବା ଦର ଆକାଶଛୁଆଁ ହୋଇଥିବାରୁ ଖାଉଟିମାନଙ୍କ ମୁଣ୍ଡରେ ଚଡକ ପଡିଛି । ଗତ ଦୁଇ ମାସରୁ ଉଦ୍ଧ୍ୱର୍ ହେବ ପନିପରିବା ଦର ବେଲଗାମ ହୋଇପଡିଛି । କେବଳ ପନି ପରିବା ନୁହେଁ ଗତ ୩ମାସ ଭିତରେ ଚାଉଳ ଓ ଡାଲି ଦରରେ ମଧ୍ୟ ବୃଦ୍ଧି ଘଟିଛି । ଚାଉଳ କ୍ୟୁଣ୍ଟାଲ ପିଛା ୭୦୦ ଟଙ୍କାରୁ ୮୦୦ଟଙ୍କାରେ ପହଞ୍ôଚଛି । ପୂର୍ବରୁ ଚାଉଳ କେଜି ପିଛା ୨୫ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଏହା ୩୫ଟଙ୍କାରେ ପହଞ୍ଚିଲାଣି । ଅର୍ଥାତ୍ ୧୫ରୁ ୨୦% ବୃଦ୍ଧି ପାଇଛି ।

ସେହିପରି ଡାଲି ଓ ମସଲା ଦରରେ ମଧ୍ୟ ବୃଦ୍ଧି ଘଟିଛି । ପୂର୍ବରୁ ହରଡ ଡାଲି ୧୦୦ରୁ ୧୧୦ଟଙ୍କା ଭିତରେ ବିକ୍ରି ହେଉଥିବା ବେଳେ ଏବେ ଏହା ୧୫୦ଟଙ୍କା ପାର ହୋଇଯାଇଛି । ସେହିପରି ମୁଗ, ବୁଟ ଓ ବିରି ଡାଲି ଦରରେ ମଧ୍ୟ ବୃଦ୍ଧି ଘଟି ଚାଲିଛି । ଅନ୍ୟପକ୍ଷରେ ତରକାରି ହାଣ୍ଡିର ସୁଆଦ ବଢ଼ାଉଥିବା ମସଲା ଯଥା, ଜିରା,ଗୋଲମରିଚ ଓ ଗୁଜରାତି ଦର ମଧ୍ୟ ଆକାଶଛୁଆଁ ହୋଇଛି । ଦୁଇମାସ ତଳେ ଜିରା ଦର କେଜି ପିଛା ୨୫୦ ରୁ ୩୦୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଏହା ୭୦୦ଟଙ୍କାରେ ପହଞ୍ôଚଲାଣି ।

ସେହିପରି ଅଦା କେଜି ପିଛା ୩୦୦ ଓ ରସୁଣ ୨୦୦ଟଙ୍କାରେ ବିକ୍ରି ହେଉଛି । ସେହିପରି ଗହମଜାତ ସାମଗ୍ରୀ ଅଟା, ସୁଜି ଓ ମଇଦା ଦର ମଧ୍ୟ ଉପରମୁହାଁ ହେବାରେ ଲାଗିଛି । ଏକଦା ଚାଉଳର ବଳକା ରାଜ୍ୟ ଭାବେ ଗଣାଯାଉଥିବା ଓଡ଼ିଶାରେ ଏଭଳି ସ୍ଥିତିକୁ ନେଇ ବିଭିନ୍ନ ମହଲରେ ଗଭୀର ଚିନ୍ତା ପ୍ରକଟ କରାଯାଇଛି ।

ଗତ ୨୦୦୦ ମସିହାରେ ଓଡ଼ିଶାରେ ୪୬.୧୪ ମେଟ୍ରିକଟନ୍ ଚାଉଳ ଉତ୍ପାଦନ ହେଉଥିବା ବେଳେ ୨୦୨୨ ସୁଦ୍ଧା ଏହା ଅଢ଼େଇଗୁଣ ବଢ଼ି ୧୧୫ଲକ୍ଷ ମେଟ୍ରିକ୍ ଟନରେ ପହଞ୍ôଚଛି । ତଥାପି କାହିଁକି ଦର ବୃଦ୍ଧି ହେଉଛି ସେ ନେଇ କିଛି ବୁଝା ପଡୁନାହିଁ । ବ୍ୟବସାୟୀ ମହାସଂଘ ଏନେଇ ସିଧାସଳଖ ସରକାରଙ୍କୁ ଦାୟୀ କରିଛି । ଅନ୍ୟପକ୍ଷରେ ଯଦିଓ ପରିବାର ବଜାରରେ ଦର ସାମାନ୍ୟ ହ୍ରାସ ଘଟିଛି ତେବେ ଟମାଟୋ ଦର ୧୦୦ଟଙ୍କା ଉପରେ ରହିଛି ।

Get real time updates directly on you device, subscribe now.