fbpx

ପ୍ରତ୍ୟେକ ସିଗାରେଟରେ ଦିଆଯିବ ସ୍ୱାସ୍ଥ୍ୟ ଚେତାବନୀ, ଜାଣନ୍ତୁ ସରକାର କାହିଁକି ନେଲେ ଏପରି ନିଷ୍ପତ୍ତି

ନୂଆଦିଲ୍ଲୀ: ସିଗାରେଟ ଡବା ଉପରେ ଆପଣ ଚେତାବନୀ ଦିଆଯାଇଥିବା ଦେଖିଥିବେ । କିନ୍ତୁ ଏବେ କାନାଡାରେ ପ୍ରତ୍ୟେକ ସିଗାରେଟରେ ସ୍ୱାସ୍ଥ୍ୟ ଚେତାବନୀ ଛପା ଯିବ । କାନାଡାରେ ବିକ୍ରି ହେଉଥିବା ସମସ୍ତ ସିଗାରେଟରେ ଲେଖାଯିବ ‘ ସିଗାରେଟ ଟାଣିବା ଦ୍ୱାରା ଶକ୍ତିହୀନତା ଏବଂ କର୍କଟ ରୋଗ ହୋଇଥାଏ’ । ଏହା ସହ ଆହୁରୀ ମଧ୍ୟ ଲେଖାଯିବ ‘ ଏହାର ପ୍ରତ୍ୟେକ ନିଶ୍ୱାସରେ ବିଷ ରହିଛି’ । ମଙ୍ଗଳବାର ଦିନ ଏହି ନିୟମ କାନାଡାରେ ଲାଗୁ ହୋଇଛି ।

ମେ’ ମାସରେ କାନାଡାରେ ଏହା ପ୍ରଥମ ଥର ପାଇଁ ଘୋଷଣା କରାଯାଇଥିଲା। ଏହା ଅଧୀନରେ ଆସନ୍ତା ବର୍ଷ ଠାରୁ ବଜାରରେ ବଡ଼ ଆକାରର ସିଗାରେଟ୍ ଉପଲବ୍ଧ ହେବ। ଅନ୍ୟପକ୍ଷରେ, ୨୦୨୫ ବର୍ଷ ଆରମ୍ଭରୁ ନିୟମିତ ଆକାରର ସିଗାରେଟ୍ ଉପରେ ଆଇନଗତ ଚେତାବନୀ ଛପାଯିବ। କାନାଡାର ପୂର୍ବତନ ନିଶା ମନ୍ତ୍ରୀ କାରୋଲିନ ବେନେଟ ପୂର୍ବରୁ କହିଥିଲେ ଯେ, ସିଗାରେଟ ଉପରେ ଛାପାଯାଇଥିବା ବିଧିଗତ ଚେତାବନୀ ଏପରି ଭାବରେ ଲେଖାଯିବ ଯାହା ସହଜରେ ଦୃଶ୍ୟମାନ ହେବ ଏବଂ ସିଗାରେଟ ଗ୍ରାଫିକରେ ମଧ୍ୟ ଛପା ହେବ।

କାନାଡା ସରକାର ନଜର ରଖିଛନ୍ତି ଯେ, ସିଗାରେଟ ଟାଣୁଥିବା ଅଧିକାଂଶ ଲୋକ କେବଳ ଗୋଟିଏ ସିଗାରେଟ କିଣୁଛନ୍ତି ଏବଂ ଧୂମପାନ କରୁଛନ୍ତି। ଏଭଳି ପରିସ୍ଥିତିରେ, ସିଗାରେଟ୍ ବକ୍ସରେ ଥିବା ନିୟମ ଲୋକମାନଙ୍କୁ ଅଧିକ ପ୍ରଭାବିତ କରୁନାହିଁ। ଏହି କାରଣରୁ କାନାଡା ସରକାର ବର୍ତ୍ତମାନ ପ୍ରତ୍ୟେକ ସିଗାରେଟ ଉପରେ ସ୍ୱାସ୍ଥ୍ୟଗତ ଚେତାବନୀ ଛାପିବାକୁ ନିଷ୍ପତ୍ତି ନେଇଛନ୍ତି।

Get real time updates directly on you device, subscribe now.