fbpx

ଗୋଟିଏ ଦେଶ ପାଳୁଛି ସ୍ୱାଧୀନତା ଦିବସ, ହେଲେ ବିସ୍ଫୋରଣରେ ଜଳୁଛି ଆଉ ଗୋଟିଏ ଦେଶ

ମସ୍କୋ; ଆଜି ଭାରତ ପାଳୁଛି ୭୭ ତମ ସ୍ୱାଧୀନତା ଦିବସ ହେଲେ ଆଉ ଗୋଟେ ଦେଶରେ ଘଟିଛି ଅଭାବନୀୟ ଘଟଣା । ରୁଷିଆର ଦକ୍ଷିଣ ଡାଗେସ୍ତାନର ଏକ ଗ୍ୟାସ ଷ୍ଟେସନରେ ବିସ୍ଫୋରଣ ଘଟିଥିବା ଦେଖିବାକୁ ମିଳୁଛି । ଫଳରେ ଏଥିରେ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ମଙ୍ଗଳବାର ସ୍ଥାନୀୟ ଅଧିକାରୀମାନେ ଏନେଇ ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣାର ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି ବୋଲି ଦାଗେସ୍ତାନ ରାଜ୍ୟପାଳ ସେର୍ଗେଇ ମେଲିକୋଭି କହିଛନ୍ତି । ସୋମବାର ରାତିରେ ଏହି ଅଞ୍ଚଳର ରାଜଧାନୀ ମଖାଚକାଲା ଉପକଣ୍ଠରେ ଥିବା ଏକ ଗ୍ୟାସ୍ ଷ୍ଟେସନରେ ଏହି ବିସ୍ଫୋରଣ ଘଟିଛି । ପ୍ରଥମେ କାର ମରାମତି ଦୋକାନରୁ ନିଆଁ ଆରମ୍ଭ ହୋଇ ନିକଟସ୍ଥ ଗ୍ୟାସ୍ ଷ୍ଟେସନକୁ ବ୍ୟାପିଯାଇଥିଲା । ଆଉ ଯାହା ଫଳରେ ଏକ ବିସ୍ପୋରଣ ଦେଖା ଦେଇଥିଲା । ଘଟଣା ସମ୍ପର୍କରେ ଏଭଳି ସୂଚନା ରଖିଛନ୍ତି ଦେଶର ଜରୁରୀକାଳୀନ ମନ୍ତ୍ରଣାଳୟ ।

ସୂଚନା ମୁତାବକ, ଗ୍ୟାସ ଷ୍ଟେସନରେ ଲାଗିଥିବା ନିଆଁ ଅଳ୍ପ ସମୟ ମଧ୍ୟରେ ୬୦୦ ବର୍ଗ ମିଟର ଅଞ୍ଚଳକୁ ବ୍ୟାପିଯାଇଥିଲା । ଏହା ପରେ ତୁରନ୍ତ ସମସ୍ତ ଆହତ ମାନଙ୍କୁ ପ୍ରଶାସନ ପକ୍ଷରୁ ମେଡିକାଲକୁ ପଠାଯାଇଛି । ସେହିପରି କେତେକ ଆହତଙ୍କୁ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ମସ୍କୋ ନିଆଯାଉଛି । ଏହା ପଛରେ ଅନ୍ତର୍ଘାତୀ କାର୍ୟ୍ୟ କିମ୍ବା ଅନ୍ୟ କୌଣସି ବାହ୍ୟ ଶତ୍ରୁର ହାତ ରହିଛି ତାହାର ଅନୁସନ୍ଧାନ କରାଯାଉଛି । ରୁଷ୍ କର୍ତ୍ତୃପକ୍ଷ ଏହି ଘଟଣାର ଏକ ଅପରାଧିକ ତଦନ୍ତ ଆରମ୍ଭ କରୁଥିବା ଜଣାପଡିଛି ।

Get real time updates directly on you device, subscribe now.